Latest Odisha News

BREAKING NEWS

‘ବିଜୁ ପଟ୍ଟନାୟକ’ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆୟାଜିତ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କ୍ରୀଡା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରିଛନ୍ତି ।

କ୍ରୀଡା ପାଇଁ ପାରା ବ୍ୟାଡମିଣ୍ଟନରେ ବିଶ୍ୱ ଚାମ୍ପିଅନସିପ୍ ହାସଲ କରିଥିବା ପ୍ରମୋଦ ଭଗତ ଏବଂ ସାହସିକତା ଲାଗି ଅନୁଗୁଳର ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ସହ ୨ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ଉଦବୋଧନ ଦେଇ କହିଛନ୍ତି, କ୍ରୀଡା କ୍ଷେତ୍ରରେ ଓଡିଶାର ପ୍ରତିଭାବାନ ଖେଳାଳୀମାନେ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ କୃତୀତ୍ୱ ହାସଲ କରୁଛନ୍ତି । ଯାହା ଆଗାମୀ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବ ।

ବର୍ତ୍ତମାନ ସମୟରେ ଭୁବନେଶ୍ୱର ଧିରେଧିରେ ଦେଶର କ୍ରୀଡା ରାଜଧାନୀ ଭାବରେ ପ୍ରତିଷ୍ଠା ହାସଲ କରୁଛି । ଏହା ମଧ୍ୟ କ୍ରୀଡା ପରିଚାଳନାରେ ଅନ୍ତର୍ଜାତୀୟ ସ୍ୱିକୃତି ପାଇଛି । ଏପରିକି ଆଥଲେଟିକ୍ସ୍, ଫୁଟବଲ୍, ଟେନିସ୍, ବ୍ୟାଡମିଣ୍ଟନ୍ ଓ ଅନ୍ୟାନ୍ୟ ଖେଳରେ ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଦେବା ଲାଗି ପ୍ରତିଷ୍ଠିତ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଗୁଡିକ ସହ ସହବନ୍ଧନ କରାଯାଇଛି ।

ଏହି କାର୍ଯ୍ୟକ୍ରରେ ତୁଷାରକାନ୍ତି ବେହେରା, ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ନାୟକ, କ୍ରୀଡା ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଏବଂ ନିର୍ଦ୍ଦେଶକ ଭିନିଲ୍ କ୍ରୀଷ୍ଣା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.