Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୩୦-୦୮-୨୦୧୯ ଶୁକ୍ରବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ ୩୦ ରିଖ ଶୁକ୍ରବାର ସିଂହ ୧୪ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର
ଘାତ ବାର-: ବିଛା ଧନୁ ମୀନ ରାଶିର
ଘାତ ଚନ୍ଦ୍ର :କର୍କଟ ଓ ମକର ରାଶି ପୁରୁଷଙ୍କର
ଆଜି: ମତ୍ସ୍ଯ ମାଂସ ଖାଇବା ନିଷେଧ

ମେଷ

ଆଜି ଅର୍ଥଲାଭ କିନ୍ତୁ ଯାତ୍ରା, ବିବାଦ, ଗୃହାରମ୍ଭାଦି କାର୍ଯ୍ୟରେ ପ୍ରତିକୂଳ ପ୍ରଭାବ ପଡିପାରେ। ଆପଣ ମନେ ମନେ ଯାହା ଭାବୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। ବ୍ୟବସାୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ।
ବୃଷ
ଆଜି ପାରିବାରିକ ସମସ୍ୟା ବିଷୟକୁ ବାରମ୍ବାର ଚିନ୍ତା କରିବା କାରଣରୁ ମାନସିକ ସ୍ଥିରତା ରହିବ ନାହିଁ। ଏଣେ କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ଘଟଣା ବଳୀ ମନକୁ ବାରମ୍ବାର ଆଲୋଡିତ କରିବ। ରାହୁଙ୍କ କୁପ୍ରଭାବରୁ ଶେଷ ସମୟରେ ନିଷ୍ପତି ବଦଳାଇପାରନ୍ତି। ବନ୍ଧୁମାନଙ୍କ ପ୍ରତି ସ୍ନେହ ସହୃଦୟତା ମନୋଭାବ ଗ୍ରହଣ କରିପାରନ୍ତି।

ମିଥୁନ
ଆଜି ଆର୍ଥିକ ପରିସ୍ଥିତି ଆପଣଙ୍କ ମନୋବଳ ବୃଦ୍ଧିରେ ସହାୟକ ହେବ। ଆନୁଷ୍ଠାନିକ କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢିଚାଲିବ। ପରିବାରରେ ପିଲାମାନଙ୍କ ବିଷୟ ଚିନ୍ତା କରି ଅସ୍ଥିରତା ଅନୁଭବ କରି ପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି, ଆଲୋଚନା ପରିସରରେ ବନ୍ଧୁମାନଙ୍କ ସହ ପ୍ରୀତିପ୍ରଦ ସମ୍ପର୍କ ସ୍ଥାପିତ ହେବ।

କର୍କଟ
ଆଜିର ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିବ। ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ଅସୁବିଧା ହେବନି। ସାମୟିକ ଭୁଲ୍‌ ବୁଝାସମଣା କାରଣରୁ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।

ସି˚ହ
ଆଜି ଅର୍ଥ, ସମ୍ମାନ, ସମ୍ବର୍ଦ୍ଧନା ଆପଣଙ୍କୁ ମିଳିବ । ସାମାଜିକ ସ୍ତରରେ, କର୍ମକ୍ଷେତ୍ରରେ ନିଜର ପତିଆରା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ଲାଭ କରି ଅଟକି ରହିଥିବା କାମଟି ହଠାତ୍‌ ହୋଇଯିବ। ମାତ୍ର ବନ୍ଧୁ ଗହଣରେ ଅପ୍ରିୟ ସତ୍ୟ କହି ବନ୍ଧୁଙ୍କ ଚକ୍ଷୁଶିଳ ହୋଇପାରନ୍ତି।

କନ୍ୟା
ଯାହା ପାଇବା ପାଇଁ ଆଶା ବାନ୍ଧି ବସିଛନ୍ତି ତାହା ପାଇବା କଷ୍ଟକର ହୋଇପାରେ । ବିଚାର ନକରି ପରକଥାରେ ପଡି ଭୂଲ ମାର୍ଗର ଅନୁସରଣ କଲେ ହଇରାଣ ହେବାକୁ ପଡିବ। ଅପୂରଣୀୟ ଆଶା ମନକୁ ସାମୟିକ ଆଲୋଡନ କରିବା କାରଣରୁ ସାମୟିକ ଅଶାନ୍ତ ରହିପାରନ୍ତି। ଅବଶ୍ୟ ବ୍ୟବସାୟିକ ସ୍ଥିତି ସୁଦୃଢ ରହିବ।
ତୁଳା
ଆଜି ସତର୍କତା ଅଭାବରୁ ଧନହାନୀ ଘଟିବା ସହ ଆପଣଙ୍କ କଥା ଅନ୍ୟପାଇଁ ଶ୍ରୁତିକଟୁ ହୋଇପାରେ। ଫଳରେ ବିନା କାରଣରେ ଅଶାନ୍ତି ଓ ସମ୍ପର୍କରେ ବାଧା ଆସିବାର ଆଶଙ୍କା ଦେଖାଦେଇପାରେ। ତଥାପି ଚୁକ୍ତିପତ୍ର, ନିର୍ମାଣ, ପ୍ରକଳ୍ପ କାର୍ଯ୍ୟ ପ୍ରତିଯୋଗିତା, ମାଲି ମକଦ୍ଦମା ପ୍ରଭୃତିରେ ବିଜୟଲାଭ କରିବେ ।
ବିଛା
ଆଜି ଆପଣଙ୍କ ଯାତ୍ରାରେ ବ୍ୟୟବହୁଳତା ସୃଷ୍ଟି କରିବ। ଆପଣଙ୍କ ଉନ୍ନତ ଚିନ୍ତା ଓ ନୂତନ ଯୋଜନା କାର୍ଯ୍ୟକାରୀ କରିବାରେ ମାନସିକ ଅସ୍ଥିରତା ତାହା କରାଇ ଦେଇ ନ ପାରେ। କ୍ରୀଡା, କଳା ସହିତ୍ୟ ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ବ୍ୟବହାରରେ ସଂଯମତାର ଅଭାବ ସମସ୍ୟା ସୃଷ୍ଟିର କାରଣ ହୋଇପାରେ।
ଧନୁ
ଆଜି ସକାଳୁ ସକାଳୁ ଘର କଥା ଓ ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ ମନଟା ଅସ୍ଥିର ରହିବ। ପ୍ରିୟଜନଙ୍କ ସହ ଯାତ୍ରା ଏବଂ ପରିବହନ, ବ୍ୟବସାୟ ଓ ବାଣିଜ୍ୟ ଶୁଭ ଫଳ ପାଇବ । ସହକର୍ମୀଙ୍କ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କୌଣସି ନୂତନ କର୍ମାରମ୍ଭ ପାଇଁ ମନ ବଳାଇ ପାରନ୍ତି।
ମକର
ପରିବାରରେ ଶାନ୍ତି ଫେରି ଆସିବା ପାଇଁ ବନ୍ଧୁଙ୍କ ପରାମର୍ଶକୁ ଶ୍ରେୟ ମନେ କରିପାରନ୍ତି। ନିର୍ମାଣ ଓ ପରିବହନ ଭଲରେ ଚାଲିବା ସହ ରପ୍ତାନୀ କାରବାର ଲାଭବାନ ହେବେ । ପୂର୍ବ ବିବଦକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟମାନେ ହତାଦର କରି ପାରନ୍ତି। ଅନାଗତ ଭବିଷ୍ୟତର ଅହେତୁକ ଆଶଙ୍କା ଚିନ୍ତାକରି ବ୍ୟସ୍ତତା ଅନୁଭବ କରିପାରନ୍ତି।

କୁମ୍ଭ

ଆଜିର ଆପଣ ଯଗି ରଖି ଚଳନ୍ତୁ ସହକର୍ମୀଙ୍କ ସହ ମତାନ୍ତର ସୃଷ୍ଟି କରିବ। ଗ୍ରହସ୍ଥିତି ବିଶେଷ ଭଲ ନ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଭଲ। ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଅବଶ୍ୟ ଆର୍ଥିକ ଉନ୍ନତି ଘଟିବ ।
ମୀନ
କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡିପାରେ। ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ। ଅନିୟମିତା ଓ ଗରିଷ୍ଠଖାଦ୍ୟ ଭୋଜନ ଜନିତ ହଠାତ୍‌ ଅଜୀର୍ଣ୍ଣ ଓ ଆମାଶୟ ଦେଖା ଦେଇପାରେ। ସାହିତ୍ୟ, ସଙ୍ଗୀତ ଓ ଚଳଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ମିଳିବ।

Leave A Reply

Your email address will not be published.