Latest Odisha News

BREAKING NEWS

ଆଜି ମାଲକାନଗିରି ବିମାନବନ୍ଦର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମାଲକାନଗିରି: ପ୍ରଥମ ଥର ପାଇଁ ବିମାନ ସେବାରେ ଯୋଡିହେବ ମାଲକାନଗିରି ଜିଲ୍ଲା । ଆଜି ଲୋକାର୍ପଣ ହେବ ମାଲକାନଗିରି ବିମାନବନ୍ଦର । ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭେକେ ପାଣ୍ଡିଆନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ରବିବାର ଦିନ ମାଲକାନଗିରି ବିମାନବନ୍ଦର ରେ ପରୀକ୍ଷାମୂଳକ ଭାବେ ୭ ଟି ସିଟ୍ ବିଶିଷ୍ଟ ୧୦୦ ବିମାନ ଅବତରଣ କରିଥିଲା । ଟ୍ରାଏଲ ରନ୍ ପରେ ଏହାକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ବିଶାଳ ସିଂ, ଏସପି ନୀତେଶ ଓ୍ବାଧାନୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଗତକାଲି ବିମାନବନ୍ଦରରେ ପହଞ୍ଚି ସମସ୍ତ ତଦାରଖ କରିଛନ୍ତି ।

ଏହାସହ ସୋମବାର ଦିନ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଏମପି ରମେଶ ଚନ୍ଦ୍ର ମାଝି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ପ୍ରମୁଖ ବିମାନବନ୍ଦରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ମାଲକାନଗିରି ସହର ଉପକଣ୍ଠ କୋଟେଲଗୁଡା ଠାରେ ବିମାନବନ୍ଦର ନିର୍ମାଣ କରାଯାଇଛି । ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ

ରନୱେର ଲମ୍ବ ୧୬୨୦ ମିଟର ରହିଥିବା ବେଳେ ଓସାର ୩୦ ମିଟର ରହିଛି । ରନୱେରେ ବିମାନ ଆସିବା ପରେ ବିମାନ ରହିବା ଥିବା ପାର୍କିଂ ସ୍ଥାନକୁ ପ୍ରସ୍ତୁତ କରାଯାଉଛି । ଯେଉଁଠି ବିମାନରେ ଲୋକେ ବସିବେ ଓ ସେଥିରୁ ଓହ୍ଲାଇବେ, ସେଠାରେ ଟର୍ମିନାଲ ଗୃହ ନିର୍ମାଣ ହୋଇସାରିଥିବା ବେଳେ ତାହାର ଭିତର କାର୍ଯ୍ୟ କରାଯାଉଛି ।

ସେଠାରେ ଟିକଟ କାଉଣ୍ଟର, ଟର୍ମିନାଲ ମ୍ୟାନେଜର କୋଠରୀ, ସାଧାରଣ ଶୌଚାଳୟ, ଦିବ୍ୟାଙ୍ଗ ଶୌଚାଳୟ, ଷ୍ଟୋର ରୁମ୍‌?, ଅପେକ୍ଷାଗୃହ, ଭିଆଇପି ଗୃହ, ସାମଗ୍ରୀ ଚେକ୍ କରିବା ସ୍ଥାନ ଆଦିର ନିର୍ମାଣ କରାଯାଉଛି । ଲୋକେ ଯେଉଁ ପଟେ ଆସିବେ ଓ ବିମାନରେ ବସିବା ପାଇଁ ଯିବେ ଦୁଇପଟ ରାସ୍ତା ନିର୍ମାଣ ହେଉଛି ।

Leave A Reply

Your email address will not be published.