Latest Odisha News

BREAKING NEWS

ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଯିବେ । ଏଥି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାର୍ଯ୍ୟକ୍ରମ ପାଇଁ ପ୍ରାୟ ୨୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

କାର୍ଯ୍ୟକ୍ରମ ବେଳେ ମୁଖ୍ୟମନ୍ତ୍ରୀଙ୍କଠାରୁ ୩୦ ଫୁଟ୍ ଦୂରତା ଯେପରି ଲୋକ ରଖିବେ, ତାହାର ବ୍ୟବସ୍ଥା କରାଯାଇଛି । ଷ୍ଟେଜ ପଛର ବି ଫୋର୍ସ ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥାରେ ସଭାସ୍ଥଳ ପାଖରେ ଦଳୀୟ ପତାକା ନ ରଖିବାକୁ ବି କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସମାରୋହରେ ଯୋଗ ଦେବା ପାଇଁ ଆସୁଥିବା ଲୋକଙ୍କ ପାଇଁ କଳା ପୋଷାକ ଓ ବ୍ୟାଗ ମନା କରାଯାଇଛି ।

ପାଖାପାଖି ୨୫୦୦ ଲୋକ ଏହି ସମାରୋହରେ ଯୋଗ ଦେବେ । ମାସ୍କକୁ ବାଧ୍ୟତାମୂଳକ ରହିଛି । ସେହିପରି ଲୋକଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିବା ପାଇଁ କୁହାଯାଇଛି । ବିନା ପାସରେ କାହାରିକୁ ଭିତରକୁ ଯିବାକୁ ଅନୁମତି ନାହିଁ ।

ସେପଟେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ତିନିଟି ବାଟ ରଖାଯାଇଛି । ମୁଖ୍ୟ ଏଣ୍ଟ୍ରି ଗେଟରେ ଭିଆଇପି, ପୋଲିସ ଓ ମିଡିଆ ଆସିବେ । ଦ୍ୱିତୀୟରେ ଗାଡ଼ି ପାର୍କିଂ ଓ ତୃତୀୟରେ ସଭାରେ ଯୋଗ ଦେବାକୁ ଲୋକ ଆସିବେ ।

Leave A Reply

Your email address will not be published.