Latest Odisha News

BREAKING NEWS

ଥାଇଲାଣ୍ଡ ଓପନ ବ୍ୟାଡମିଂଟନ: ପ୍ରିକ୍ୱାର୍ଟରରେ ସାଇନା

ବ୍ୟାଙ୍କକ:ଏଠାରେ ଚାଲିଥିବା ଥାଇଲାଣ୍ଡ ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟରେ ଭାରତର ଷ୍ଟାର ଖେଳାଳି ସାଇନା ନେହ୍ୱାଲ ଚମତ୍କାର ପ୍ରଦର୍ଶନ କରି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛନ୍ତି । ସାଇନା ମାଲେସିଆର କିସୋନା ସେଲଭାଡରେଙ୍କକୁ ୨୧-୧୫, ୨୧-୧୫ରେ ପରାସ୍ତ କରିଥିଲେ । ପରବର୍ତୀ ରାଉଣ୍ଡରେ ସେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରଙ୍ଗଫାନକୁ ଭେଟିବେ ।

ପୁରୁଷ ବିଭାଗରେ କିଦାମ୍ବି ଶ୍ରୀକାନ୍ତ ମଧ୍ୟ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପାରୁପାଲ୍ଲୀ କାଶ୍ୟପ, ସମୀର ବର୍ମା, ସୁମିତ ରେଡ୍ଡୀ-ସିକ୍କି ରେଡ୍ଡୀ ପରାଜୟ ସହ ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛନ୍ତି । ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

Leave A Reply

Your email address will not be published.