Latest Odisha News

BREAKING NEWS

ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଉଡାଇବାକୁ ଧମକ

ଲକ୍ଷ୍ନୌ:ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନକୁ ଉଡାଇଦେବା ପାଇଁ ଫୋନରେ ଧମକ ଆସିଛି । ଏହା ସହିତ ଆହୁରି ୫୦ ପାଖାପାଖି ବାସଭବନକୁ ମଧ୍ୟ ଟାର୍ଗେଟ କରାଯିବ ବୋଲି ଉକ୍ତ ଫୋନ କଲରେ କୁହାଯାଇଛି । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଂଟି ବୋମା ସ୍କ୍ୱାଡ ଓ କୁକୁରଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ପ୍ରାରମ୍ଭିକ ତଦନ୍ତରେ କଲ ସେଂଟରରୁ ଏହି ଧମକଭରା କଲ ଆସିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ଏହା ପୂର୍ବରୁ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କୁ ମାରିବା ପାଇଁ ଧମକ ଆସିଥିଲା । ପରେ ଅମୀନ ଖାଁ ନାମକ ଏହି ଯୁବକକୁ ପୋଲିସ ଗିରଫ କରି ନେଇଥିଲା ।

Leave A Reply

Your email address will not be published.