Latest Odisha News

BREAKING NEWS

Corruption: ‘ଯେଉଁମାନେ ଆଜି ନୂଆ ଚାକିରି ପାଉଛନ୍ତି, ସମ୍ପତ୍ତି ରଖି ଟିଭିରେ ନ ବାହାରନ୍ତୁ’;…ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ନବ ନିଯୁକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସୁଶାସନର ତିନୋଟି ମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି ଯେ, ସ୍ଵଚ୍ଛତା, ଉତ୍ତର ଦାୟିତ୍ୱ, ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କର। ଆଜିର ନିଯୁକ୍ତି ମେଳା ହେଉଛି ୧୪ତମ ନିଯୁକ୍ତି ମେଳା ଏବଂ ପଞ୍ଚମ ବୃହତମ ନିଯୁକ୍ତି ମେଳା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ  ନିଯୁକ୍ତି ମେଳାରେ ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାରଙ୍ଗ ଆଡିସନାଲ ତହସିଲଦାରଙ୍କ କଥା କହି ନବ ନିଯୁକ୍ତ ଅଧିକାରୀଙ୍କୁ ମନ୍ତ୍ର ଦେଇଛନ୍ତି । ରାଜ୍ୟରେ ଭିଜିଲାନ୍ସ ଜୋରଶୋରରେ ଲାଗିଛି। ଦୁର୍ନୀତି ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ରହିଛି। ରେଡ୍ ବେଳେ ପ୍ଲଟ ଜମି କ୍ୟାସ ସୁନା ରୁପା ବାହାରୁଛି। ଏବେ ଖବର ପାଇଲି ଅତିରିକ୍ତ ତହସିଲଦାର ଘରେ ୭୫ ଲକ୍ଷ ଟଙ୍କା ସାଇତିକି ରଖିଛନ୍ତି। ଖଟ ଉପରୁ ଟଙ୍କା ବାହାରୁଛି। ସବୁଦିନ ଟିଭିରେ ସରକାରୀ କର୍ମଚାରୀ ଟଙ୍କା, ସୁନା ମହଜୁଦ କରିବା ଦେଖୁଛନ୍ତି ।ଆପଣମାନେ ନବନିଯୁକ୍ତି ପାଇଛନ୍ତି। ଆଶା କରୁଛି ଏ ପ୍ରକାରର ଚିତ୍ର ଯେମିତି ଟିଭିରେ ନଆସୁ।

ସେ କହିଛନ୍ତି ଯେ, ୩୯୪୫୯ ନିଯୁକ୍ତି ପତ୍ର ବଣ୍ଟନ କରିସାରିଛୁ। ଆମ ସରକାର ପ୍ରତିଶୃତି ଦେଇଥିଲା ୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି ଦେବ। ପ୍ରଥମ ଦୁଇ ବର୍ଷ ପାଇଁ ୬୫ ହଜାର ଲକ୍ଷ୍ୟ ରଖିଥିଲୁ। ଏବେ ସୁଦ୍ଧା ୪୦ ହଜାର ନିଯୁକ୍ତି ଦେଇସାରିଛୁ। ଦୁଇ ବର୍ଷ ଶେଷ ସୁଦ୍ଧା ଆମେ ଆମ ଲକ୍ଷ୍ୟ ପୂରଣ କରିବୁ। କ୍ରୀଡା ଶିକ୍ଷକଙ୍କୁ ଅଲମ୍ପିକ ମେଡାଲ ଜିତାଇବାକୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଟାର୍ଗେଟ୍ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଦୋହରାଇଛନ୍ତି। କ୍ରୀଡା ଶିକ୍ଷକମାନଙ୍କୁ ମଧ୍ୟ ଏନେଇ ଟାସ୍କ ଦେଇଛନ୍ତି।

Leave A Reply

Your email address will not be published.