Latest Odisha News

BREAKING NEWS

୧୪ଟି ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୧୪ଟି ଶିଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୩୬ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୩ଟି ଶିଳ୍ପର ଉଦଘାଟନ କରିଛନ୍ତି । ସେହିପରି ୧୧ଶହ କୋଟି ଟଙ୍କା ପୁଞ୍ଜିନିବେଶ ହୋଇଥିବା ୧୧ଟି ଶିଳ୍ପର ଶିଳାନ୍ୟାସ ହୋଇଛଇ । ଏଥିରେ ୩ ହଜାର ୭୭୩ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଅକ୍ଷୟ ଶକ୍ତି ଉତ୍ପାଦନ, ମେଟାଲ ଓ ଆନୁସଙ୍ଗିକ ଶିଳ୍ପରେ ପୁଞ୍ଜିନିବେଶ ହୋଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ପୂର୍ବ ଭାରତର ଶିଳ୍ପ ହବ୍‌ ହେବ । ସ୍ଥିର ଶିଳ୍ପ ନୀତି ରାଜ୍ୟରେ ଶିଳ୍ପ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିଛି । ଇଜ୍ ଅଫ୍ ଡୁଇଙ୍ଗରେ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାରେ ସହାୟକ ହୋଇଛି । ଓଡ଼ିଶାର ଶିଳ୍ପଗୁ଼ଡିକ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ସହଯୋଗ କରିଛନ୍ତି। ଏହାଦ୍ୱାରା ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଯଥେଷ୍ଟ ଅଗ୍ରଗତି ପରିଲଖିତ ହୋଇଛି ।

ବଲାଙ୍ଗୀରରେ ଆଦିତ୍ୟ ବିର୍ଲା ପକ୍ଷରୁ ଅକ୍ଷୟଶକ୍ତି ପ୍ରକଳ୍ପର ଉଦଘାଟନ ହୋଇଛି । ଆଦିତ୍ୟ ବିର୍ଲା ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୩୫୨.୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଇଛି । ଝାରସୁଗୁଡାରେ ୬୪.୪୩ କୋଟି ପୁଞ୍ଜି ନିବେଶରେ ହୋଇଛି ଆଲୁମିନା ରିଫାଇନାରୀ ପ୍ରକଳ୍ପ । ଏହାସହ ଖୋର୍ଦ୍ଧା ଛତାବରରେ ୨୦ କୋଟି ବ୍ୟୟରେ ହୋଇଛି ଗାର୍ମେଣ୍ଟ ୟୁନିଟ ଉଦଘାଟିତ ହୋଇଛି । ପାରାଦୀପରେ ସଲଫ୍ୟୁରିକ ଏସିଡ ସଂପ୍ରସାରଣ ପ୍ରକଳ୍ପ କରିବ ଇଫକୋ । ସୁନ୍ଦରଗଡ ଲହୁଣୀପଡାରେ ହେବ ଲୁହାପଥର ବେନିଫିକେସନ ପ୍ଲାଣ୍ଟ । କଟକ ଖୁଣ୍ଟୁଣିରେ ହେବ ପିଭିସି ପାଇପ ଉତ୍ପାଦନ ଶିଳ୍ପ ।

Leave A Reply

Your email address will not be published.