Latest Odisha News

BREAKING NEWS

ବିଶ୍ବସ୍ତରୀୟ ଷ୍ଟେସନରେ ବିକଶିତ ହେବ ଭୁବନେଶ୍ବର ରେଳ ଷ୍ଟେସନ

ଭୁବନେଶ୍ବର : ଭୁବନେଶ୍ବର ରେଳ ଷ୍ଟେସନ ପରିଦର୍ଶନ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ । ଏହି ଅବସରରେ ଷ୍ଟେସନ ପୁନଃନିର୍ମାଣ ଯୋଜନାର ଏକ ଅଂଶ ଭାବରେ ବିକାଶ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଯାତ୍ରୀ ସୁବିଧା ସହିତ ଅନ୍ୟାନ ସୁବିଧା ଉପରେ ନୀରିକ୍ଷଣ କରିଥିଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ।

ଭୁବନେଶ୍ବର ଷ୍ଟେସନକୁ ଏକ ବିଶ୍ବ ସ୍ତରୀୟ ଷ୍ଟେସନରେ ବିକଶିତ କରାଯିବ । ବିମାନବନ୍ଦର ଭଳି ଯାତ୍ରୀ ସୁବିଧା ଓ ଅନ୍ୟାନ୍ୟ ସୁବିଧା ଏହି ଷ୍ଟେସନରେ ରହିବ । ଷ୍ଟେସନକୁ ଏକ ବ୍ୟବସାୟିକ ହବରେ ସୌନ୍ଦର୍ଯ୍ୟକରଣ କରାଯାଇ ସୁନ୍ଦର ଆଲୋକ ବ୍ୟବସ୍ଥା, ଉନ୍ନତ ସଙ୍କେତ ଏବଂ ୱେଟିଂ ହଲ୍ ସହିତ ଯାତ୍ରୀଙ୍କ ସୁବିଧା ଗୁଡିକ ବିକଶିତ କରାଯିବ । ଭ୍ରମଣକାରୀ ଜନସାଧାରଣଙ୍କୁ ଅଧିକ ସୁବିଧା ଯୋଗାଇ ଦିଆଯିବ । ଏହା ବ୍ୟତୀତ ଷ୍ଟେସନ ବାହାରେ ଥିବା ଖାଲି ସ୍ଥାନକୁ ମଧ୍ୟ ବିକଶିତ କରାଯିବ ଏବଂ ସୌନ୍ଦର୍ଯ୍ୟକରଣ କରାଯିବ । ଡ୍ରେନେଜ ସିଷ୍ଟମକୁ ପୁଙ୍ଖାନୁପୁଙ୍ଖ ସମାଧାନ କରାଯିବା ସହ ପ୍ଲାଟଫର୍ମ-୬ ପାର୍ଶ୍ବରେ ଅଧିକ ପାର୍କିଂ ସ୍ଥାନ ଯୋଗାଇ ଦିଆଯିବ ।

ସେହିପରି ରାଜ୍ୟ ସରକାର ଏବଂ ପୂର୍ବତଟ ରେଳପଥ ମଧ୍ୟରେ ଭୁବନେଶ୍ୱର ଷ୍ଟେସନ ପୁନଃ ବିକାଶ ପାଇଁ ଏମଓୟୁ ସେପ୍ଟେମ୍ବର ୨୦୧୯ରେ ସ୍ବାକ୍ଷରିତ ହୋଇଛି । ଷ୍ଟେସନରେ ସପିଂ କମ୍ପ୍ଲେକ୍ସ, ରେଷ୍ଟୁରାଣ୍ଟ, ପାର୍କିଂ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ । ଦୁଇଟି ଅତିରିକ୍ତ ଲାଇନ ନିର୍ମାଣ ହେବ । ଏହା ଏକ ଆଧୁନିକ ବ୍ୟବସାୟ କେନ୍ଦ୍ର ଭାବରେ ନିର୍ମାଣ ହେବ । ଏହା ପୂର୍ବ ଭାରତର ସର୍ବୋତ୍ତମ ଷ୍ଟେସନ ମଧ୍ୟରୁ ଗୋଟିଏ ହେବ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ।

Leave A Reply

Your email address will not be published.