Latest Odisha News

BREAKING NEWS

୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ୧୭  ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିଅମରେ ଏ ନେଇ ଏକ ସ୍ଵତନ୍ତ୍ର ଆୟୋଜନ ହୋଇଥିଲା। ଏଥିସହ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦଘାଟନ କରିଛନ୍ତି ନବୀନ।

BjdElectrycity

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଚିବ ଭିନିଲ କ୍ରିଷ୍ଣା ଯୋଗ ଦେଇଛନ୍ତି ।

କଳିଙ୍ଗ ଷ୍ଟାଡିୟମ ରେ ତିନୋଟି ମ୍ୟାଚ ଖେଳାଯିବା ପାଇଁ ଆୟୋଜନ କରାଯାଉଛି । ଆସନ୍ତା ଅକ୍ଟୋବର ୧୧ ତାରିଖରେ ଏହି ବିଶ୍ୱକପର ପ୍ରଥମ ମ୍ୟାଚ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ । ୧୧ ତାରିଖରେ ଭାରତ ବନାମ ୟୁଏସଏ ମ୍ୟାଚ ହେବ । ୧୪ ତାରିଖରେ ଭାରତ ବନାମ ମୋରୋକୋ ଏବଂ ୧୭ ତାରିଖରେ ଭାରତ ବନାମ ବ୍ରାଜିଲ ମ୍ୟାଚ ଖେଳାଯିବ । ବିଶ୍ୱକପର ଏହା ହେଉଛି ସପ୍ତମ ସସ୍କରଣ ।

ଚଳିତ ବିଶ୍ୱକପକୁ ହୋଷ୍ଟ କରୁଛି ଭାରତ। ୧୬ଟି ଦେଶ ଏହି ବିଶ୍ୱକପରେ ଅଂଶ ଗ୍ରହଣ କରିବେ । ଭାରତ, ଜାପାନ,ସ୍ପେନ, ଜର୍ମାନୀ, ମେକ୍ସିକୋ,କାନାଡ଼ା, ବ୍ରାଜିଲ, ନିୟୁଜିଲାଣ୍ଡ, ୟୁଏସଏ,ନାଇଜେରିଆ,ଫ୍ରାନ୍ସ,ଚାଇନା, କଲୋମ୍ବିଆ,ଚିଲି, ମୋରୋକୋ, ତାଞ୍ଜାନିଆ ଭଳି ଦେଶର ଖେଳାଳିଙ୍କ ମଧ୍ୟରେ ଏହି ମ୍ୟାଚ ହେବ ।

ମୁଖ୍ୟମନ୍ତ୍ରୀ ଫିଫା ପକ୍ଷରୁ ଜର୍ସି ଗ୍ରହଣ କରିଛନ୍ତି। ଭାରତୀୟ ଟିମ୍ ସହ ଫଟୋ ଉଠାଇ ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.