Latest Odisha News

BREAKING NEWS

ଆପଣଙ୍କ ଶରୀରକୁ ଫିଟ୍ ରଖିବକି ଚିଟ୍ ମିଲ୍ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚିଟ୍ ମିଲ୍ କଣ ? ଚିଟ୍ ମିଲ୍ ସତରେ ଆପଣଙ୍କ ଶରୀରକୁ ଫିଟ୍ ଆଣ୍ଡ ହେଲଦି ରିଖିବ ? ଆଜିକାଲି ଲୋକେ ନିଜର ଓଜନ ହ୍ରାସ କରିବା ପାଇଁ ଡାଇଟିଂ କରନ୍ତି। ଏହସହ ନିଜର କାର୍ଯ୍ୟସୂଚୀରେ ଚିଟ୍ ମିଲ୍ ଡେ ମଧ୍ୟ ସାମିଲ କରନ୍ତି । ଏହା ଡାଇଟିଂର ଏକ ପ୍ରସେସ ବୋଲି କୁହନ୍ତି। କିନ୍ତୁ ତାହା ଆମ ଶରୀର ପାଇଁ କେତେ ଉପକାରୀ ସେ ସମ୍ପର୍କରେ ଆସନ୍ତୁ ଜାଣିବା।

ମହିଳା ହୁଅନ୍ତୁ କି ପୁରୁଷ, ସମସ୍ତେ ଚାହାନ୍ତି ନିଜର ଫିଗର ମେନଣ୍ଟେନ ରଖିବାକୁ। ସାଧାରଣତଃ ଲୋକମାନେ ଓଜନ ହ୍ରାସ କରିବା ପାଇଁ ନିୟମିତ ବ୍ୟାୟାମ କରନ୍ତି। ଏହି ସମୟରେ, ଖାଦ୍ୟ-ପାନୀୟଠାରୁ ଅନେକ ଉପାୟରେ ଦୂରେଇ ରହିବାକୁ ଚାହାନ୍ତି । କିଛି ଲୋକେ ସେମାନଙ୍କର ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ତ ଆଉ କିଛି ଲୋକେ ଅନେକ ନିୟମକୁ ଖାତିର ନକରି ନିଜ ପସନ୍ଦର ଜିନିଷ ଖାଇଥାନ୍ତି। ଡାଇଟିଂ କରୁଥିବା ବେଳେ ଯେ କୌଣସି ଦିନ ନିଜ ପସନ୍ଦ ମୁତାବକ ଖାଦ୍ୟ ଖାଇବାକୁ ଚିଟ୍ ମିଲ୍ କହିବା। କହିବାକୁ ଗଲେ ସେହି ଦିନ ଡାଇଟିଂ ନକରି ନିଜ ମନ ପସନ୍ଦ ମୁତାବକ ଖାଦ୍ୟ ଖାଇଥାନ୍ତି ।

ଯଦି ଆପଣ ଓଜନ ହ୍ରାସ କରିବା ଏବଂ ନିଜକୁ ସୁସ୍ଥ ରଖିବା ପାଇଁ ଦୀର୍ଘ ସମୟ ଧରି ଏକ ସୁସ୍ଥ ଖାଦ୍ୟ ଅନୁସରଣ କରୁଛନ୍ତି, ତେବେ ଆପଣ ଗୋଟିଏ ଦିନ ପାଇଁ ଚିଟ୍ ମିଲ୍ ଖାଇପାରିବେ। ବେଳେବେଳେ ମନୋବଳ ଏବଂ ମନ ପରିବର୍ତ୍ତନ କରିବା ପାଇଁ ଏଭଳି ଚିଟ୍ ମିଲ୍ ଖାଇଲେ କୌଣସି ଅସୁବିଧା ହୁଏ ନାହିଁ।

ଅପରପକ୍ଷରେ ନିଜ ମନପସନ୍ଦର ଭୋଜନ କରିବା ପୂର୍ବରୁ ଏହାର ପରିମାଣ ପ୍ରତି ଧ୍ୟାନ ଦେବା ଉଚିତ। ଏହାକୁ ଅଧିକ ଖାଇବା ଉଚିତ ନୁହେଁ। ଯଦି ଆପଣ କୌଣସି ପାର୍ଟି କିମ୍ବା ସାମାଜିକ ଇଭେଣ୍ଟକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ସେହି ଦିନ ଆଦୌ ଚିଟ୍ ମିଲ୍ ଡେ ରଖିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା ଆପଣଙ୍କୁ କ୍ଷତି ପହଞ୍ଚାଇପାରେ।

Leave A Reply

Your email address will not be published.