ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସେବା । ଆଜି ସକାଳେ ଏକ ସ୍ବତନ୍ତ୍ର ବିମାନ ଯୋଗେ ମାଲକାନଗିରି ପହଞ୍ଚିଛନ୍ତି ବିଶେଷଜ୍ଞ ଡ଼ାକ୍ତରୀ ଦଳ । ଆଜି ଠାରୁ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସୁପର ସ୍ପେଶାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନାରେ ଜିଲ୍ଲାର ରୋଗୀଙ୍କ ଚିକିତ୍ସା କରିବେ ।
ଏହି ବିଶେଷଜ୍ଞ ଟିମ୍ରେ ନ୍ୟୁରୋଲୋଜି ଡ.ପଲ୍ଲବୀ ଦାସ, ନେଫ୍ରୋଲୋଜି ଡ. ରୁଚିକା ମଲ୍ଲିକ, କାର୍ଡିଓଲୋଜି ଡ. ବିଶ୍ଵ ବିକାଶ ମିଶ୍ର, ଗାଷ୍ଟ୍ରୋଏଣ୍ଟେରୋଲୋଜି ଡ. ଶୁଭମ୍ ବେହେରା, ଇଉରୋଲଜି ଡ. ସଶାଙ୍କ ଶେଖର ପ୍ରସାଦ ମହାପାତ୍ର, ଆନାସ୍ଥେସିଆ ଡ. କମଳାକାନ୍ତ ବାରିକ୍ ପ୍ରମୁଖ ପହଞ୍ଚିଥିଲେ । ଆଜି ପ୍ରଥମ ଦିନରେ ମୋଟ ୩୩୮ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ସୂଚନା ରହିଛି ।
ଆସନ୍ତାକାଲି ପୁଣି ୬ ଜଣ ପ୍ରଫେସର ଏବଂ ବିଶେଷଜ୍ଞ ଦଳ ବିମାନରେ ମାଲକାନଗିରି ପହଞ୍ଚିବେ ବୋଲି ଜଣାପଡିଛି ।
Comments are closed.