ଭୁବନେଶ୍ୱର: ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟାରେ ତିନି ଜଣଙ୍କ ମୃତ୍ୟୁ ଘଟଣା ପରେ ସରକାର ଏବେ ଅଡୁଆରେ ଛନ୍ଦି ହୋଇପଡିଛନ୍ତି । ଏହା ଭିତରେ ମୁଖ୍ୟମନ୍ତ୍ରୀ ଜନଶୁଣାଣି ଅଭିଯୋଗକୁ ସ୍ଥଗିତ ରଖିଛନ୍ତି ।
ଆସନ୍ତା ୩୦ ଜୁନ ୨୦୨୫ (ସୋମବାର) ଦିନ ଭୁବନେଶ୍ୱରର ୟୁନିଟ-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟ) ଠାରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜନଶୁଣାଣୀ ଶିବିର ସ୍ଥଗିତ ରଖାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି ।
ଏହି ଜନଶୁଣାଣୀ ପାଇଁ ଅନଲାଇନରେ ପଞ୍ଜିକରଣ କରିଥିବା ଜନସାଧାରଣଙ୍କ ଅଭିଯୋଗଗୁଡିକ ପରବର୍ତ୍ତୀ ଜନଶୁଣାଣୀ ଶିବିରରେ ଗ୍ରହଣ କରାଯିବ। ପରବର୍ତ୍ତୀ ଶୁଣାଣୀର ତାରିଖ ଓ ସମୟ ସମ୍ପର୍କିତ ସୂଚନା ପରେ ଜଣାଇ ଦିଆଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଦ୍ୱାରା ସୂଚନା ଜାରି କରାଯାଇଛି ।
Comments are closed.