ଭୁବନେଶ୍ବର: ଆଜି ବିଶିଷ୍ଟ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀ । ସେ ୧୯୦୬ ମସିହା ଫେବୃୟାରୀ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରୁଥିବା ଲୋକପ୍ରିୟ ଭକ୍ତି ସଂଗୀତ ‘ଆହେ ଦୟାମୟ ବିଶ୍ଵ ବିହାରୀ’ ହେଉଛି ତାଙ୍କର କାଳଜୟୀ ସୃଜନସୃଷ୍ଟି । ଖାଲି ସେତିକି ନୁହେଁ ସେ ଝୁମୁକା, ତୁଳସୀଦାସ ଓ ବିଶ୍ୱ ପରିଚୟ ଭଳି କାଳଜୟୀ ରଚନାଗୁଡିକ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନ ପଟ୍ଟନାୟକ ‘ଏକ୍ସ’ରେ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ବିଶିଷ୍ଟ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି । ‘ଆହେ ଦୟାମୟ ବିଶ୍ଵ ବିହାରୀ’ ହେଉଛି ତାଙ୍କର କାଳଜୟୀ ସୃଜନସୃଷ୍ଟି । ଓଡ଼ିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରିବା ସହ ସମାଜ ସଂସ୍କାର କ୍ଷେତ୍ରରେ ନିଜ ବହୁମୂଲ୍ୟ ଅବଦାନ ପାଇଁ ସେ ଚିରସ୍ମରଣୀୟ ରହିବେ।
ବିଶିଷ୍ଟ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ‘ଆହେ ଦୟାମୟ ବିଶ୍ଵ ବିହାରୀ’ ହେଉଛି ତାଙ୍କର କାଳଜୟୀ ସୃଜନସୃଷ୍ଟି। ଓଡ଼ିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରିବା ସହ ସମାଜ ସଂସ୍କାର କ୍ଷେତ୍ରରେ ନିଜ ବହୁମୂଲ୍ୟ ଅବଦାନ ପାଇଁ ସେ ଚିରସ୍ମରଣୀୟ ରହିବେ। pic.twitter.com/AhaoKccvft
— Naveen Patnaik (@Naveen_Odisha) February 15, 2024
Comments are closed.