Latest Odisha News

BREAKING NEWS

ଛତିଶଗଡ଼କୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ କେନ୍ଦ୍ରକୁ ଚିଠି ଲେଖିଲା ଓଡ଼ିଶା

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ । ପଡ଼ୋଶୀ ଛତିଶଗଡ଼ରେ ମହାମାରୀ ବଢ଼ି ଚାଲିଥିବାରୁ ଏହି ରାଜ୍ୟକୁ ରେଳ ଚଳାଚଳ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଛତିଶଗଡରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଓଡ଼ିଶା ଓ ଛତିାଗଡ଼ ମଧ୍ୟରେ ରେଳ ଚଳାଚଳକୁ ବାତିଲ ପାଇଁ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅତିକମରେ ୧୫ ଦିନ ଟ୍ରେନ୍ ଚଳାଚଳ ବାତିଲ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ସୂଚନା ଅନୁସାରେ, ଛତିାଗଡ଼ରେ ସଂକ୍ରମଣ ବଢୁଥିବାରୁ ଏହାର ସୀମାବର୍ତ୍ତି ରାଜ୍ୟର ୧୦ ଜିଲ୍ଲାରେ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ଛତିଶଗଡ଼ ସୀମାରେ କଡ଼ା ଯାଞ୍ଚ କରାଯାଉଥିବା ବେଳେ, କୋଭିଡ ନେଗେଟିଭ୍ ରିପୋର୍ଟକୁ କଡ଼ାକଡି କରାଯାଇଛି । ଏହାସହ ସୀମାନ୍ତ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଛି ।

Leave A Reply

Your email address will not be published.