Latest Odisha News

BREAKING NEWS

ଭାରତ ଫେରିବ ପଳାତକ ନୀରବ ମୋଦି !

ନୂଆଦିଲ୍ଲୀ : ଭାରତ ଫେରିବ ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଜାଲିଆତିର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି । ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ମଞ୍ଜୁରୀ ଦେଇଛନ୍ତି ବ୍ରିଟେନ୍ ଗୃହ ମନ୍ତ୍ରଣାଳୟ । ଭାରତରେ ଋଣ ଜାଲିଆତି କରିଥିବା ନୀରବ ମୋଦି ଏବେ ବ୍ରିଟେନରେ ଅଛନ୍ତି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଠକେଇ କରି ବ୍ରିଟେନ୍ ପଳାଇଥିଲେ ନୀରବ ମୋଦି । ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଠକେଇ ମାମଲାର ତଦନ୍ତ କରୁଛନ୍ତି । ତେବେ ଦୀରବ ମୋଦିଙ୍କୁ ଭାରତ ଫେରାଇ ଆଣିବା ଲାଗି ଉଦ୍ୟମ ଜାରି ରହିଛି । ଆଜି ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ଉପରେ ମୋହର ବାଜି ଥିବାରୁ ସିବିଆଇର ସ୍ୱତନ୍ତ୍ର ଟିମ ତାଙ୍କୁ ଆଣିବାକୁ ଲଣ୍ଡନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଭାରତରୁ ପଳାଇବା ପରେ ଲଣ୍ଡନରେ ଥିବା ନୀରବ ମୋଦିଙ୍କୁ ବ୍ରିଟେନ୍ ପୋଲିସ ଗିରଫ କରିଥିଲା । ତାଙ୍କର ଜାମିନ ଆବେଦନକୁ ଖାରଜ କରିଥିଲେ ଲଣ୍ଡନ ହାଇକୋର୍ଟ ଓ ଓ୍ବେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ । ସେବେଠାରୁ ଜେଲରେ ଅଛନ୍ତି ନୀରବ ମୋଦି ।

Leave A Reply

Your email address will not be published.