ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ୧୦ ଜଣ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହେବା ଏକ ଅତ୍ୟନ୍ତ ଖୁସି ଖବର ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଏଥି ସହ ସ୍ୱାସ୍ଥ୍ୟ ବିଭାଗର ଟିମ୍, ସମସ୍ତ ଡାକ୍ତର ଓ ପାରା ମେଡିକାଲ୍ ଷ୍ଟାଫ୍ଙ୍କୁ ସେ ଏହାର ଶ୍ରେୟ ଦେବା ସହ ଅଭିନନ୍ଦନ ଜଣାଇଛନ୍ତି ।
ସୂଚନା ଯୋଗ୍ୟ ଯେ ପୂର୍ବରୁ ଦୁଇ କରୋନା ପଜିଟିଭ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଶୁକ୍ରବାର ଆଉ ୧୦ ଜଣ ରୋଗୀଙ୍କ କୋଭିଡ୧୯ ନମୁନା ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଚିକିତ୍ସା ପରେ ସୁସ୍ଥ ହୋଇଥିବା ଏହି ୧୦ଜଣଙ୍କ ମଧ୍ୟରେ ଭୁବନେଶ୍ୱରର ୫ ଜଣ ରହିଥିବା ବେଳେ ଭଦ୍ରକର ୨ ଜଣ ଏବଂ କଟକ, ଯାଜପୁର ଏବଂ ପୁରୀର ଜଣେ ଲେଖାଏଁ ରହିଛନ୍ତି ।
ସୂଚନାଯୋଗ୍ୟ ଯେ ରାଜ୍ୟରେ ଏଯାଏଁ ଚିହ୍ନଟ ହୋଇଥିବା ମୋଟ ୫୦ କରୋନା ପଜିଟିଭଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୩୭ ଜଣ କରୋନା ପଜିଟଭ୍ ରୋଗୀ ଏବେ ସ୍ୱତନ୍ତ୍ର କୋଭିଡ୍୧୯ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ।
Comments are closed.