ଭୁୁବନେଶ୍ୱର: ରାଜ୍ୟରେ କୋଭିଡ୍-୧୯ ମୁକାବିଲା ଓ ପ୍ରତିଷେଧକମୂଳକ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ଅନ୍ୟ ରାଜ୍ୟରେ ଫସିଥିବା ଓଡିଆ ତଥା ଲକ୍ ଡାଉନ୍ରେ ଓଡିଶାରେ ଫସି ରହିଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ସହାୟତା, ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସମ୍ପର୍କରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ।
ଏହା ବ୍ୟତୀତ ପଞ୍ଚାୟତ ଓ ପୌରାଞ୍ଚଳରେ ରନ୍ଧାଖାଦ୍ୟ ଯୋଗାଇବା, ସାମାଜିକ ଦୂରତ୍ୱ ରକ୍ଷା, ବିଭିନ୍ନ ପ୍ରକାର ପେନସନ ଓ ସହାୟତା ପ୍ରଦାନ, ପଞ୍ଚାୟତସ୍ତରରେ ମେଡିକାଲ କ୍ୟାମ୍ପସ ବ୍ୟବସ୍ଥା, କୋଭିଡ-୧୯ କ୍ରିଟିକାଲ୍ କେୟାର ୟୁନିଟର ବିକାଶ ସହ ବିଭିନ୍ନ ସ୍ୱେଚ୍ଛାସେବୀ କିଭଳି ଲୋକଙ୍କୁ ସହାୟତା କରିପାରିବେ ସେନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ।
ଗ୍ରାମାଞ୍ଚଳରେ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ଆବଶ୍ୟକତା ଥିବା ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହାସହ ଲକ୍ ଡାଉନ ବେଳେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସାମାଜିକ ଦୂରତ୍ୱକୁ ଅଧିକ କଡାକଡି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଏସଆରସି ପ୍ରଦୀପ ଜେନାଙ୍କ ସମେତ ବିଭିନ୍ନ ବିଭାଗୀୟ ସଚିବ ଓ କୋଭିଡ୍-୧୯ ପାଇଁ ନିୟୋଜିତ ନୋଡାଲ୍ ଅଫିସର ଉପସ୍ଥିତ ଥିଲେ ।
BREAKING NEWS
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଆଖୁ ଉତ୍ପାଦନ ବଢ଼ାଇବାକୁ ଆଧୁନିକ ଆଖୁ ଚାଷ ଉପରେ ଗୁରୁତ୍ୱ ବୃଦ୍ଧି କରିଛି ରାଜ୍ୟ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
- ଓଡ଼ିଶାରେ ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ; କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ
- ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା

Comments are closed.