Latest Odisha News

BREAKING NEWS

ପ୍ରତି ୧୫ ମିନିଟରେ ପାଣି ପିଇଲେ ଟଳିବ କି କରୋନା ସଂକ୍ରମଣ ଆଶଙ୍କା ?

ନୂଆଦିଲ୍ଲୀ: କରୋନାଭାଇରସର ଆତଙ୍କକୁ ଦେଖି ଲୋକମାନେ ସଂକ୍ରମଣ ରୋକିବାର ସମସ୍ତ ଉପାୟ ଅବଲମ୍ବନ କରୁଛନ୍ତି । କିଛି ସମୟ ବ୍ୟବଧାନରେ ପାଣି ପିଇଲେ କରୋନାଭାଇରସ ସଂକ୍ରମଣକୁ ରୋକାଯାଇ ପାରିବା ନେଇ ସୋଶିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରତି ୧୫ ମିନିଟରେ ପାଣି ପିଇବା ଦ୍ୱାରା ଆମ ଗଳାରେ ଥିବା ଭାଇରସ ସଫା ହୋଇଯିବେ ଓ ପେଟ ଭିତରେ ଥିବା ଅମ୍ଳରେ ପଡି ମରିଯିବେ । ତେବେ ଏହି ଉକ୍ତିଟା ସତ ନା ମିଛ ?

ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନର ସଂକ୍ରାମକ ରୋଗ ବିଜ୍ଞାନୀ କଳ୍ପନା ସବାପୈଥି ବିବିସି ଫ୍ୟୁଚରକୁ ଜଣାଇଛନ୍ତି କି, ପ୍ରତି ୧୫ ମିନିଟରେ ପାଣି ପିଇବା ଉକ୍ତିକୁ ସାମାନ୍ୟ ଭାବରେ ଉପସ୍ଥାପନ କରାଯାଇଛି । ହଜାର କିମ୍ବା ଲକ୍ଷ ଲକ୍ଷ କଣିକାର ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହୁଏ । ସେଥିପାଇଁ ପାଣି ପିଇ ଗଳାକୁ ସଫା କଲେ ଅଧିକ କିଛି ହେବ ନାହିଁ । ଏହା କେବଳ ଏକ ସମ୍ଭାବନା ଯେ ଆପଣ ଭାଇରସକୁୁ ପେଟ ଭିତରକୁ ନେଇ ନଷ୍ଟ କରିପାରିବେ । ଭାଇରସ କେବଳ ପାଟି ଦେଇ ଶରୀରରେ ପ୍ରବେଶ କରେ ନାହିଁ । ଆପଣଙ୍କ ଶରୀରରେ ନାକ, କାନ କିମ୍ବା ଆଖି ଦେଇ ମଧ୍ୟ ପ୍ରବେଶ କରିପାରିବ । ସେଥିପାଇଁ ଏସବୁକୁ ବାରମ୍ବାର ଛୁଇଁବା ପାଇଁ ମନା କରାଯାଇଛି ।

କୌଣସି ସଂକ୍ରମିତ ବ୍ୟକ୍ତି କାଶିଲେ, ଛିଙ୍କିଲେ ବାହାରୁଥିବା ଭାଇରସର କଣିକା ଶ୍ୱାସ ମାଧ୍ୟମରେ ଆମ ଶରୀରକୁ ପ୍ରବେଶ କରିପାରିବ । ପ୍ରତି ୧୫ ମିନିଟରେ ପାଣି ପିଇବା କୌଣସି ଖରାପ ନୁହେଁ । କିନ୍ତୁ ଏଭଳି ଅପପ୍ରଚାରକୁ ରୋକିବା ଉଚିତ୍ । କେବଳ ସମାଜିକ ଦୂରତା ଓ ହାତ ଧୋଇବା ଅଭ୍ୟାସ ଦ୍ୱାରା କରୋନାଭାଇାରସ ସଂକ୍ରମଣରୁ ବଂଚିବାରେ ସହାୟତା ମିଳିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଏହାକୁ ଫଳପ୍ରଦ ଓ ବିଶ୍ୱସନୀୟ କହିଛି ।

Leave A Reply

Your email address will not be published.