Latest Odisha News

BREAKING NEWS

ଚିକିଟି ମଦ ମୃତ୍ୟୁ ପରେ ତତ୍ପର ହେଲା ରାଜ୍ୟ ଅବକାରୀ ବିଭାଗ

ଭୁବନେଶ୍ଵର: ଚିକିଟି ମଦ ମୃତ୍ୟୁ ମାମଲାରେ ତତ୍ପର ହେଲା ରାଜ୍ୟ ଅବକାରୀ ବିଭାଗ । ବେଆଇନ ମଦ କାରବାର ନେଇ ୭ଦିନ ରେଡ୍‌ କରିବ ଅବକାରୀ ଟିମ୍‌ । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଅବକାରୀ କମିଶନର ନରସିଂହ ଭୋଳ ।

ଅବକାରୀ କମିଶନରଙ୍କ ସୂଚନା ଅନୁସାରେ, ଏହି ରେଡ୍ ୭ ଦିନ ଧରି ହେବ । ତେବେ ପ୍ରଥମ ଦିନରେ ୨୦୩ ମାମଲା ରୁଜୁ ହୋଇଛି । ଅବକାରୀ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୧୭ ଜଣଙ୍କୁ ଗିରଫ କରାଯାଇଛି । ପ୍ରଥମ ଦିନର ରେଡ୍‌ ବେଳେ ୧୦ ହଜାର ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ୧୦୩୩୮ ଲିଟର ମଦ ଜବତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୪ ଜଣ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଇସିୟୁରେ ୨ ଜଣ ଭର୍ତ୍ତି ହୋଇଥିଲେ। ଆଇସିୟୁରେ ଥିବା ୨ଜଣଙ୍କର ମୃତ୍ୟୁ ହୋଇଛି । ଉକ୍ତ ଘଟଣାକୁ ନେଇ ସାରା ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ।

Comments are closed.