Latest Odisha News

BREAKING NEWS

ଆର ପାରିରେ ଛେଲେ ଶୋ ଫିଲ୍ମର ଶିଶୁ କଳାକାର ରାହୁଲ

ମୁମ୍ବାଇ: ଓସ୍କାର ପୁରସ୍କାର ପାଇଁ ଯାଇଥିବା ଭାରତୀୟ ଫିଲ୍ମ ଛେଲେ ଶୋର ଶିଶୁ କଳାକାର ରାହୁଲ କୋଲୀ ଆଉ ନାହାନ୍ତି । ୧୫ ବର୍ଷୀୟ ରାହୁଲ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଫିଲ୍ମ ଶୁଟିଂ ବେଳେ ତାଙ୍କୁ କ୍ୟାନସର ହୋଇଥିବା ଜଣା ପଡିଥିଲା । ଫିଲ୍ମ ରିଲିଜ ହେବା ପୂର୍ବରୁ ତାଙ୍କ ଦେହାନ୍ତ ଅନେକଙ୍କୁ ଆଘାତ ଦେଇଛି । ରାହୁଲଙ୍କ ବାପା କହିଛନ୍ତି, ଆମ ପରିବାର ଭାଙ୍ଗିଗଲା । ଏହା ସତ୍ୱେ ଆମେ ଛେଲେ ଶୋ ଫିଲ୍ମକୁ ପରିବାରର ସମସ୍ତ ସଦସ୍ୟ ଦେଖିବୁ ବୋଲି କହିଛନ୍ତି ।

ରାହୁଲଙ୍କ ଗ୍ରାମ ଜାମନଗରରେ ଏ ନେଇ ଏକ ପ୍ରେୟାର ମିଟ ରଖାଯାଇଛି । ଛେଲେ ଶୋରେ ରାହୁଲଙ୍କ ଅଭିନୟ ଅତି ଉଚ୍ଚକୋଟୀର ଥିଲା । ଏଥିରେ ଭବିନ, ଋଚା ମୀନା, ଭାବେଶ ଓ ପରେଶ ମେହେଟ୍ଟା ମଧ୍ୟ ଅଭିନୟ କରିଛନ୍ତି ।

Comments are closed.