Latest Odisha News

BREAKING NEWS

ବୁଲା କୁକୁର ଆକ୍ରମଣରେ ଦେଢ଼ ବର୍ଷ ଶିଶୁର ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ତୁଗଲୋକ ରୋଡର ଧୋବି ଘାଟରେ ଏକ ବୁଲା କୁକୁର ଆକ୍ରମଣରେ ଦେଢ଼ ବର୍ଷର ଝିଅର ମୃତ୍ୟୁ ଘଟିଛି । ତାଙ୍କ ପରିବାର ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ସଫଦରଜଙ୍ଗ ହସ୍ପିଟାଲକୁ ନେଇଥିଲେ । ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ଏକ ଏନଡିଏମସି ଟିମ୍ କୁକୁରକୁ ଧରିବାକୁ ଆସିଥିଲେ । ହେଲେ ଖବର ଲେଖାଯିବା ସୁଦ୍ଧା ଆକ୍ରମଣ କରିଥିବା କୁକୁରକୁ ଧରାଯାଇପାରି ନାହିଁ । ମୃତ ଶିଶୁଙ୍କ ବାପା ଦିନ ମଜୁରିଆ ଭାବେ କାମ କରନ୍ତି ।

ମୃତ ଶିଶୁଙ୍କ ପରିବାର ଲୋକେ କହିଛନ୍ତି,‘‘ କୁକୁରଟି ଅନେକ ସମୟରେ ସମସ୍ତଙ୍କୁ ଆକ୍ରମଣ କରିଥାଏ । ଏନେଇ ଆମେ କୁକୁରକୁ ପ୍ରତିଦିଦ ଖାଇବାକୁ ଦେଉଥଇବା ମହିଳାଙ୍କୁ କହିଥିଲୁ । ହେଲେ ସେ ଆମକୁ ଧମକ ଦେଉଥିଲେ ।’’

ଏନଡିଏମସିର ଜଣେ ବରିଷ୍ଠ ଅଧିକାରୀ ମୃତ ଶିଶୁଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି । ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁଲିସ୍ ଘଟଣା ସମ୍ପର୍କରେ ତଦନ୍ତ କରୁଛି ।

Leave A Reply

Your email address will not be published.