Latest Odisha News

ସାନ ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ

ଯାଜପୁର : ସାନ ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ । ନାଳରେ ଗାଧୋଇବା ବେଳେ ପାଣିରେ ବୁଡି ୭ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପଟୁଣିଆ ପଞ୍ଚାୟତର ହାମଜାପୁର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ଶିଶୁ ହେଲେ ଗାଁର ପିକୁଲୁ ଦାସ ଓ ସଂଧ୍ୟାରାଣୀ ଦାସଙ୍କ ୭ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ।

ସୂଚନା ଅନୁସାରେ, ଲକ୍ଷ୍ମୀପ୍ରିୟା ଆଜି ସାନ ଭାଇ ସହ ନିକଟସ୍ଥ ଶଗଡ଼ିଆ ନାଳକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ସେ ନିଜର ୪ ବର୍ଷର ସାନ ଭାଇକୁ ବସାଇ ନିଜେ ନାଳ ଭିତରକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେ ପାଣି ଭିତରେ ବୁଡି ଯାଇଥିଲେ । ଖବର ପାଇ ଗାଁ ଲୋକେ ନାଳ ଭିତରୁ ଶିଶୁ କନ୍ୟାକୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବାଲିଚନ୍ଦ୍ରପୁର ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.