Latest Odisha News

BREAKING NEWS

ପରିଚାଳନା କମିଟିର ବଡ଼ ନିଷ୍ପତ୍ତି, ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର

ପୁରୀ : ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର । ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେବକଙ୍କ ଘର ପାଇଁ ନୂଆ ପରିଚାଳନା କମିଟିର ପ୍ରଥମ ବୈଠକରେ ଆଲୋଚନା ହୋଇଛି । ପ୍ରାୟ ୪ ଶହ ପରିବାରକୁ ଘର ଦେବାକୁ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ଅନୁସାରେ, ୮ ଏକର ଜମିରେ ଘର ନିର୍ମାଣ ହେବ । ଲ୍ୟାଣ୍ଡ ସବକମିଟି ଏହାକୁ ଅନୁମୋଦନ କରିବ । ଘର ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ସେବକଙ୍କୁ ଦିଆଯିବ ।

ସେହିପରି ଆସନ୍ତା ବର୍ଷଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗୁରୁକୂଳ । ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ୧୭ ଏକର ଜମି ମାଟିତୋଟାରେ ଗୁରୁକୂଳକୁ ମିଳିବ । ସୋସାଇଟିର ଅଧ୍ୟକ୍ଷ ଗଜପତି ମହାରାଜା ରହିବେ । ଗୋଟିଏ ସଂସ୍ଥା ସହ ଗୁରୁକୂଳ ପାଇଁ ଏମଓୟୁ ହେବ । ଆଦର୍ଶ ଗୁରୁକୂଳ ପାଇଁ ଓଡ଼ିଶା ସରକାର ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ପାଇଁ ଭଲ ପ୍ଲାନିଂ କରିବା ପାଇଁ ପରିଚାଳନା କମିଟି ପକ୍ଷରୁ ଅନୁରୋଧ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସହ ମିଶି ୫ ବର୍ଷିଆ ରକ୍ଷଣାବେକ୍ଷଣ ପ୍ଲାନ୍ କରାଯିବ । ଏହାସହ ଅର୍ଥ ସବକମିଟି ବଜେଟ୍ ଆସନ୍ତା ପରିଚାଳନା କମିଟିରେ ହେବ । ହେରିଟେଜ କରିଡର୍ ପାଇଁ ପରିଚାଳନା କମିଟି ବୈଠକରେ ଅନେକ ଅନୁମୋଦନ ହୋଇଛି ।

Leave A Reply

Your email address will not be published.