Latest Odisha News

BREAKING NEWS

ପିନ୍ଧିଛି ଡାଇପର, ଧରିଛି ବନ୍ଧୁକ..ଟ୍ରିଗାର ଉପରେ ଆଙ୍ଗୁଠି

ପିନ୍ଧିଛି ଡାଇପର । ଛିଡା ହେବାବେଳେ ଟଳଟଳ ହେଉଛି । ହେଲେ ହାତରେ ଧରିଛି ଏ କ’ଣ ? ଟିକି ହାତରେ ଏତେ ବଡ ଭୟଙ୍କର ଜିନିଷ ? ହଁ, ଆଜ୍ଞା, ଠିକ ଦେଖିଛନ୍ତି । କୁନି ଛୁଆଟି ହାତରେ ଧରିଛି ବନ୍ଧୁକ । ଆଙ୍ଗୁଠି ପୁଣି ପୁରା ଟ୍ରିଗାର ଉପରେ। ଦେଖିଲେ ତ ଛାତି ଥରି ଯାଉଛି ।

ପିଲାଙ୍କୁ ଚୁପ କରାଇବା ପାଇଁ ବେଳେବେଳେ ଏମିତି ଜିନିଷ ଆମେ ଧରାଇ ଦେଉ ଯାହାର ପରିଣତି ଭୟଙ୍କର ହୋଇଥାଏ । ଆମେରିକାରେ ତ ଗନ କଲଚର ଏପରି ବଢିଗଲାଣି ଯେ ଛୋଟ ପିଲାମାନେ ବନ୍ଧୁକ ଧରି ରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି। ଏଇ ପରିପ୍ରେକ୍ଷରେ ଏ ଭିଡିଓଟି ଦେଖିଲେ ହୃଦୟ ଥରି ଯାଉଛି ।

ଛୋଟ ପିଲାଟି ହାତରେ ବନ୍ଧୁକ । ଡେଲିମେଲର ଏକ ଅନଲାଇନ ରିପୋର୍ଟ ଅନୁଯାୟୀ, ଏହ ଘଟଣା ଆମେରିକାର ଇଣ୍ଡିୟାନା ନାମକ ସ୍ଥାନର ଅଟେ । ଏକ ସୋସାଇଟି ପକ୍ଷରୁ ଏହି ଭିଡିଓଟି ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି, ଛୋଟ ପିଲାଟିଏ ହାତରେ ବନ୍ଧୁକ ଧରିଛି । ପିଲାଟି ଡାଇପର ପିନ୍ଧିଛି । ଏଥିରୁ ଜଣାପଡୁଛି ଶିଶୁଟିର ବୟସ ୨ ବର୍ଷ ଭିତରେ ହେବ । ସବୁଠାରୁ ଭୟଙ୍କର ହେଉଛି, ପିଲାଟିର ହାତ ଟ୍ରିଗାର ଉପରେ ରହିଛି ଏବଂ ବନ୍ଧୁକଟିର ମୁହଁ ଶିଶୁ ଆଡକୁ ରହିଛି । ବନ୍ଧୁକରେ ଗୁଳି ଭର୍ତ୍ତି ହୋଇ ବି ରହିଛି । ଯଦି ଭୁଲରେ ବି ଛୁଆଟି ଟ୍ରିଗର ଚାପି ଦିଏ ତେବେ ସର୍ବନାଶ ହୋଇଯିବ ।

ଭିଡିଓରେ ଦେଖିବାକୁ ମିଳିଛି, ପିଲାଟି ବନ୍ଧୁକ ଘୁରାଇ ଘୁରାଇ ଆସୁଛି । ଏମିତି ଘୁରାଉ ଘୁରାଉ ନିଜ ହାତ ଟ୍ରିଗାର ଉପରକୁ ନେଇ ରଖୁଛି । ହେଲେ ଭାଗ୍ୟକୁ ଟ୍ରିଗାର ଚାପି ପାରୁନି ପିଲାଟି ।

ଏହା ଭିତରେ ପରିବାର ଲୋକଙ୍କ ନଜର ପିଲାଟି ଉପରେ ପଡିଯାଇଛି ଏବଂ ସେମାନେ ତୁରନ୍ତ ଆସି ପିଲାଟି ହାତରୁ ବନ୍ଧୁକ ଛଡ଼ାଇ ନେଉଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଘଟଣାର ଯାଞ୍ଚ କରି ପିଲାର ବାପା-ମା’ଙ୍କୁ ଗିରଫ କରିଛି ।
ଭିଡିଓଟି ସାନନ ୱାଟସ ନାମକ ଜଣେ ୟୁୂଜର୍ସଙ୍କ ଟୁଇଟର ହାଣ୍ଡେଲରେ ପୋଷ୍ଟ ହୋଇଛି ।

Leave A Reply

Your email address will not be published.