Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଓହରିଲେ ଶ୍ରେୟାସ

ନୂଆଦିଲ୍ଲୀ: ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଗତ ବର୍ଷ ଭାରତ ପାଇଁ ଦିନିକିଆରେ ସର୍ବାଧିକ ରନ ସଂଗ୍ରହ କରିଥିବା ଶ୍ରେୟାସ ଆୟାର ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ପିଠି ସମସ୍ୟା ସୁଧାରିବା ପାଇଁ ସେ ଏନସିଏ ଯିବେ । ଚୟନ କମିଟି ଶ୍ରେୟାସଙ୍କ ବଦଳରେ ରଜତ ପାଟୀଦାରଙ୍କୁ ଦଳରେ ସାମିଲ କରିଛନ୍ତି । ପ୍ରଥମ ଦିନିକିଆ ୧୮ ଜାନୁୟାରୀରେ ହାଇଦ୍ରାବାଦରେ ଖେଳାଯିବ । ୨୧ ଓ ୨୪ ଜାନୁୟାରୀରେ ଯଥାକ୍ରମେ ରାୟପୁର ଓ ଇନ୍ଦୋରରେ ବାକି ୨ଟି ମ୍ୟାଚ ଖେଳାଯିବ ।

ଟିମ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲ, ଈଶାନ କିଶାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେଏସ ଭରତ, ରଜତ ପାଟୀଦାର, ୱାଶିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଉମରାନ ମଲିକ ।

Leave A Reply

Your email address will not be published.