Latest Odisha News

ମାଉସୀ ଘର ଛାଡ଼ି ଦେବା ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଗଣବଳାତ୍କାର

ଜବଲପୁର: ପୁଣି ସାମ୍ନାକୁ ଆସିଲା ଦୁଷ୍କର୍ମ ଘଟଣା । ୧୨ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ। ଏଭଳି ଘଟଣା ମଧ୍ୟପ୍ରଦେଶ ଜବଲପୁରରେ ଘଟିଛି  । ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ପଞ୍ଚମ ଠାକୁର, ବ୍ରିଜେଶ ଠାକୁର ଓ ବାଲି ଠାକୁର।

ପୋଲିସ କହିବା ଅନୁଯାୟୀ, ନାବାଳିକା ଜଣକ ତା ମାଉସୀ ଘରକୁ ଯାଉଥିଲା  । ବାଟରେ ଅଭିଯୁକ୍ତ ପଞ୍ଚମ ନାବାଳିକାକୁ ମାଉସୀ ଘରେ ଛାଡ଼ିଦେବେ କହି ବାଇକ୍‌ରେ ନେଇଥିଲା । କିଛି ଦୂର ଯିବା ପରେ ପଞ୍ଚମ ଗାଡ଼ି ଅଟକାଇ ନାବାଳିକାଙ୍କୁ ଏକ ନିଛାଟିଆ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିଲା। ପରେ ନାବାଳିକାକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ  । ହେଲେ ନାବାଳିକା ଜଣକ ଘରେ ସବୁ କଥା ଜଣାଇଥିଲା  । ଘରଲୋକ ଜାଣିବା ପରେ ଚାରାଗାଓ୍ବନ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ପୋକ୍ସୋ ଆକ୍ଟ ଅନୁଯାୟୀ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.