ଭୁବନେଶ୍ୱର: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର। ବାଲେଶ୍ୱରରେ ପିଲା ଚୋରକୁ ଧରିଲା ପୋଲିସ। ଶନିବାର ବିଳମ୍ବିତ ରାତିରେ ରାମ ମନ୍ଦିର ସମ୍ମୁଖରୁ ଚୋରି ହୋଇଥିଲା ଶିଶୁ। ଦୃଷ୍ଟିବାଧିତ ମାଆ କୋଳରୁ ହୋଇଥିଲା ଶିଶୁ ଚୋରି। ଶିଶୁପୁତ୍ରକୁ ଉଦ୍ଧାର ସହ ଅପହରଣକାରୀ ଗିରଫ। ତେବେ ଶିଶୁପୁତ୍ର ଅପହରଣ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି ଚିତ୍ର।
ଅପହରଣକାରୀ ଶିଶୁପୁତ୍ରକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା। ସ୍ୱତନ୍ତ୍ର ଟିମ୍ ଗଠନ କରି ତନାଘନା ଚଳାଇଥିଲା ପୋଲିସ। ଗତ ପାଞ୍ଚ ବର୍ଷ ହେବ ଶିଶୁର ମାଆ ରାମ ମନ୍ଦିର ଆଗରେ ଭିକ୍ଷା ବୃତ୍ତି କରୁଛନ୍ତି। ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଥିଲା। ବିସ୍କୁଟ, ଜୁସ୍ ଏବଂ ମୋବାଇଲ ଲୋଭ ଦଖାଇ ମାଆ କୋଳରୁ ଶିଶୁ ପୁତ୍ରକୁ ନେଇ ଯାଇଥିଲେ ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆଣିଥିଲେ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରୁଥିବା ଜଣେ ଦୃଷ୍ଟି ବାଧିତ ମହିଳା । ରାତି ପ୍ରାୟ ୨ଟା ବେଳେ ଘଟିଥିଲା ଏଭଳି ଘଟଣା ।
ମହିଳା ଜଣକ ଏ ନେଇ ଖାରବେଳେନଗର ଥାନାରେ ଦ୍ୱାରସ୍ଥ ହୋଇଥିଲେ। ରାମ ମନ୍ଦିର ସାମ୍ନାରେ ଶୋଇଥିବା ବେଳେ ଯେତେବେଳେ ନିଦ ଭାଙ୍ଗିଲା ଶିଶୁପୁତ୍ରଟିକୁ ସେ ପାଇନଥିଲେ। ଶିଶୁପୁତ୍ର ନିଖୋଜ ଥିବା ନେଇ ସେ ଥାନାରେ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅସହାୟ ମହିଳାଙ୍କ ପୁତ୍ରକୁ ଖୋଜିବାକୁ ଛାନଭିନ ଆରମ୍ଭ କରିଥିଲା।
Comments are closed.