ସୁନ୍ଦରଗଡ:ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଝାରସୁଗୁଡ଼ାର ଜଣେ ଶିଶୁ ଶ୍ରମିକ (୯)ଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଫୁଲଧୁଡ଼ିରୁ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ମାଲିକ ତରଣୀ ସାହୁଙ୍କୁ ପୋଲିସ ଅଟକ ରଖିଛି ।
ଖବରମୁତାବକ, ଶିଶୁଟି କାନ୍ଧରେ ଭାର ବୋହି ନେଉଥିବା ଦେଖି କେହି ଜଣେ ଶିଶୁ କଲ୍ୟାଣ କମିଟିର ଟୋଲ୍ ଫ୍ରି ନଂ ୧୦୯୮କୁ ଫୋନ୍ କରିଥିଲେ। ଖବରପାଇ ଶିଶୁ କଲ୍ୟାଣ କମିଟି ସଦସ୍ୟ ଜିତୁ ପଟେଲ୍ ଓ ହେଲ୍ପଲାଇନ୍ ପରିଦର୍ଶନ ମଧୁସୂଦନ ଭୁଏ ଶିଶୁ ନିକଟରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ୯ ବର୍ଷ ଶିଶୁ ନିକଟରୁ ସମସ୍ତ କଥା ଶୁଣିବା ପରେ ୧୧୨କୁ ଜଣାଇଥିଲେ । ଏହାପରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ମାଲିକ ତରଣୀ ସାହୁଙ୍କୁ ଥାନାକୁ ନେଇଛି ।
ତେବେ ତରଣୀ ୯ ମାସ ଧରି ଶିଶୁଟିକୁ ଖଟାଉଥିବା ତଦନ୍ତ ବେଳେ ଜାଣିବାକୁ ପାଇଥିବା ଶିଶୁ କଲ୍ୟାଣ କମିଟି କହିଛି।
