Latest Odisha News

BREAKING NEWS

କୋର୍ଟ ଏସ୍କର୍ଟ ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

ପୁରୀ:ପୁରୀ-କୋଣାର୍କ ରାସ୍ତା ବାଲିଗୁଆଳି ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଲିଗୁଆଳି ଠାରେ କୋର୍ଟ ଏସ୍କର୍ଟ ଭ୍ୟାନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଓଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ପୁରୀ ସଦର ଥାନା ଅଞ୍ଚଳର କୁନା ବେହେରା।

ସୂଚନାଥାଉକି, ଘଟଣାସ୍ଥଳରେ ପିସିଆର ଭ୍ୟାନ୍ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଡାକ୍ତର କୁନାଙ୍କୁ ମୃତ ଘୋଷଣା କରିଛନ୍ତି।

ଉଭୟ ଯୁବକ ବାଇକ୍ ଯୋଗେ କୌଣସି କାମରେ କୋଣାର୍କ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।

ପ୍ରାଥମିକ ସୂଚନାନୁସାରେ, ବାଇକ୍ ଆଗରେ ଗାଈ ଆସିଯିବାରୁ ଭାରସାମ୍ୟ ହରାଇ ଯାଉଥିବା କୋର୍ଟ ଏସ୍‌କର୍ଟ ଗାଡ଼ି ଆଗକୁ ଆସିଯିବାରୁ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.