Latest Odisha News

BREAKING NEWS

ଚାଲିଥିଲା ବାଲ୍ୟ ବିବାହ: ଅଟକାଇଲେ ଅଜା

କଟକ: ସମାଜ ଯେତେ ପରିବର୍ତ୍ତନର ଧାରାରେ ସାମିଲ୍ ହେଉଛି ସେତେ ସାମାଜିକ ବ୍ୟାଧିଗୁଡ଼ିକୁ ନିଜ ପାଦରେ ଦଳିଚାଲିଛି ଏବଂ ଏହି ବ୍ୟାଧିଗୁଡ଼ିକୁ ନିପାତ କରିବାକୁ ମଧ୍ୟ ନୂଆନୂଆ ପ୍ରୟାସ କରୁଛି । ଆଉ ସେ ପ୍ରୟାସରେ ସଫଳ ହେଉଛି ମଧ୍ୟ । ତା’ମଧ୍ୟରୁ ଏବେ ଆମ ରାଜ୍ୟରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହୋଇଛି ତାହା ହେଲା ବାଲ୍ୟବିବାହର ସମସ୍ୟା । ସମସ୍ୟା ନୂଆ ନୁହେଁ, କାରଣ ଏ ବାଲ୍ୟ ବିବାହ ପ୍ରଥା ଆଗରୁ ଥିଲା, କିନ୍ତୁ ଯେତେବେଳେ ଆମେ ନୂଆ ନୂଆ ପ୍ରୟାସ କରୁଛେ ସମାଜକୁ ଅଗ୍ରଗତିର ଶିଖରରେ ପହଞ୍ଚେଇବାକୁ ସେତେବେଳେ ସଚେତନତାର ବାର୍ତ୍ତା ପଠେଇଲା ବେଳେ ଏ ସମସ୍ୟା ଯେତେବେଳେ ମୁଣ୍ଡ ଟେକୁଛି ଆମେ ତାକୁ ପୁଣି ଏକ ନୂଆ ସମସ୍ୟା ବୋଲି ନାମକରଣ ଦେଉଚେ ।  ଆଜି ବହୁତ ଗ୍ରାମରେ ବାଲ୍ୟ ବିବାହ ହେଉଛି । ଯେଉଁ ଯାଗାରେ ଅଭିଯୋଗ ଆସୁଛି ସେଠି ପ୍ରଶାସନ ରୋକିବାରେ ସଫଳ ହେଉଛି । କିନ୍ତୁ ଏବବି ବୋହୁତ ସ୍ଥାନରେ ବିଭିନ୍ନ ସଚେତନତା ସତ୍ତ୍ୱେ ରୋକା ଯାଇପାରୁ ନାହିଁ ବାଲ୍ୟ ବିବାହ। ସବୁ ଆଇନ୍‌ କାନୁନକୁ ଜଳାଞ୍ଜଳି ଦେଇ କରାଯାଉଛି ବାଲ୍ୟବିବହ। ତାହା ପୁଣି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଏପରି ଘଟଣା ଦେଖିବାକୁ ମିଳିଛି ସିଲଭର ସିଟି କଟକ ସହରରେ

ଗତକାଲି କଟକ ଜିଲ୍ଲା ସ୍ଥିତ ଗଡ଼ଗଡ଼ିଆ ମନ୍ଦିରରେ ଗୁରୁଡ଼ିଝାଟିଆ ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ ଜୋର ଜବରଦସ୍ତି ଉତ୍ତରପ୍ରଦେଶର ଜଣେ ଯୁବକଙ୍କ ସହ ବିବାହ କରାଇ ଦେଉଥିଲେ। ହେଲେ ନାତୁଣୀକୁ ଏତେ କମ୍‌ ବୟସରେ ନ ବିବାହ କରିବାକୁ ପରିବାର ଲୋକଙ୍କୁ ନାବାଳିକାଙ୍କ ବିରୋଧ କରିଥିଲେ ଝିଅର ଅଜା। ହେଲେ ପରିବାର ଲୋକେ ତାଙ୍କ କଥା ଶୁଣି ନଥିଲେ। ଶେଷରେ କୌଣସି ଉପାୟ ନପାଇ ନାତୁଣୀର ବିବାହ ଅଟକାଇବାକୁ ଚାଇଲ୍ଡଲାଇନକୁ ଖବର ଦେଇଥିଲେ ଅଜା। ଚାଇଲ୍ହ ଲାଇନ ଅଜାଙ୍କ ଅଭିଯୋଗ ଆଧାରରେ ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସକୁ ଦେଖି ବର ଫେରାର ହୋଇଯାଇଥିଲା ମାତ୍ର ପୋଲିସ ୨ଜଣ ଦଲାଲଙ୍କ ସହ ପରିବାର ଲୋକଙ୍କୁ ଥାନାକୁ ଆଣି ପଚରାଉଚରା କରିଛି । ଏହା ସହିତ ନାବାଳିକାଙ୍କୁ ସିଡବ୍ଲୁସିରେ ହାଜର କରାଯାଇଛି । ଏବେ ଅଜାଙ୍କର ଏପରି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.