Latest Odisha News

BREAKING NEWS

ମଣିପୁର ହିଂସାକାଣ୍ଡ: ଭିଡିଓ ଦେଖି ରାଗିଗଲେ ଅକ୍ଷୟ କୁମାର

ମଣିପୁର; ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯିବାର ଭିଡ଼ିଓ ଭାଇରାଲ ହୋଇଛି । ଯାହା ଏବେ ସବୁଆଡ଼େ ହଇଚଇ ସୃଷ୍ଟି କରିଛି । ବର୍ତ୍ତମାନ ସମସ୍ତେ ଏହି ଭିଡ଼ିଓକୁ ନିନ୍ଦା କରୁଥିବାବେଳେ ଯେଉଁମାନେ ଏହା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉବୋଲି ମଧ୍ୟ ଦାବି କରାଯାଉଛି । ଏହି ସମୟରେ ବଲିଉଡ଼ ଅଭିନେତା ଅକ୍ଷୟ କୁମାର ମଧ୍ୟ ମଣିପୁରର ଲଜ୍ଜାଜନକ ଭିଡ଼ିଓ ଉପରେ ଟ୍ଵିଟ କରିଛନ୍ତି । ଏହି ଟ୍ଵିଟରେ ଅକ୍ଷୟ କୁମାର ମଣିପୁରରେ ହୋଇଥିବା ହିଂସାକୁ ନେଇ ନିଜର କ୍ରୋଧ ପ୍ରକାଶ କରିଛନ୍ତି ।

ଆଜି ସକାଳେ ଟୁଇଟ୍‌ କରିଥିବା ପୋଷ୍ଟ୍‌ରେ ଅକ୍ଷୟ ଲେଖିଛନ୍ତି, ମଣିପୁରରେ ମହିଳାମାନଙ୍କ ପ୍ରତି କରାଯାଇଥିବା ହିଂସା ଭିଡିଓ ଦେଖି ମୁଁ ବିପର୍ଯ୍ୟସ୍ତ ଓ ହତାଶ। ଆଶାକରେ ଅପରାଧୀମାନଙ୍କୁ ଏମିତି କଠୋର ଦଣ୍ଡ ମିଳୁ ଯେ, ପୁଣି ଥରେ ଏଭଳି ଭୟାବହ ଅପକର୍ମ କରିବାକୁ ଯେମିତି କେହି ଚିନ୍ତା କରି ନ ପାରନ୍ତି।

ସୂଚନାଯୋଗ୍ୟ ଯେ, ମେ ୪ ତାରିଖ ଦିନ ମଣିପୁରର ରାଜଧାନୀ ଇମ୍ଫାଲ୍‌ଠାରୁ ପ୍ରାୟ ୩୫ କିଲୋମିଟର୍‌ ଦୂର କାଙ୍ଗ୍‌ପୋକ୍‌ପି ଜିଲ୍ଲାରେ ଦଳେ ବ୍ୟକ୍ତି ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସମସ୍ତେ ଦାବି କରୁଛନ୍ତି। ଭିଡ଼ିଓ ଭାଇରାଲ ଘଟଣାର ଦୁଇ ମାସ ପରେ ମୁଖ୍ୟ ଅଭିଯୁକ୍ତ ଖୁୟରୁମ୍ ହେରାଦାସଙ୍କୁ ଗିରଫ କରିଛି ପୋଲିସ । ଭିଡିଓ ଭାଇରାଲ ପରେ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆରେ ଭିଡିଓ ସେୟାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ନିମୟ ପାଳନ କରିବାକୁ କୁହାଯାଇଛି ।

Leave A Reply

Your email address will not be published.