Latest Odisha News

BREAKING NEWS

Child Marriage: ଏହି ଜିଲ୍ଲାରେ ସର୍ବାଧିକ ହେଉଛି ବାଲ୍ୟବିବାହ, ପୂର୍ବ ତୁଳନାରେ ବଢ଼ିଛି ୨ ପ୍ରତିଶତ

ପୁରୀ: ପୁରୀ ଜିଲ୍ଲାରୁ ଆସିଛି ଆଶ୍ଚର୍ଯ୍ୟକର ଖବର । ଜିଲ୍ଲାର ୧୦ ଭାଗ ଝିଅ ବାଲ୍ୟବିବାହ କବଳରେ ରହିଛନ୍ତି । ଶେଷ ଥର ପାଇଁ ୨୦୧୯-୨୧ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି, ଜିଲ୍ଲାରେ ୨୦ରୁ ୨୪ ବର୍ଷ ବୟସ ବର୍ଗରେ ଥିବା ୧୦.୨ ପ୍ରତିଶତ ଝିଅ ୧୮ ବର୍ଷ ନ ହେଉଣୁ ବିବାହ କରିଛନ୍ତି ।

ପୂର୍ବରୁ ଜିଲ୍ଲାରେ ୧୦୦ରୁ ୮ ଜଣ ଝିଅ ବାଲ୍ୟ ବିବାହ କରୁଥିଲେ । ଏବେ ଜିଲ୍ଲାରେ ବାଲ୍ୟବିବାହ ହାର ୨ ପ୍ରତିଶତ ବୃଦ୍ଧି ପାଇଛି । ୧୫ରୁ ୧୯ ବର୍ଷ ବୟସ ମଧ୍ୟରେ ଜିଲ୍ଲାର ୪ ପ୍ରତିଶତ ଝିଅ ମା’ ହେଉଛନ୍ତି । ଯାହାଦ୍ୱାରା ପରବର୍ତ୍ତୀ ସମୟରେ ସେମାନଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ପେଣ୍ଠକଟା ଓ ବାଲିନୋଳିଆ ସାହି ଭଳି ମତ୍ସ୍ୟଜୀବୀ ସଂପ୍ରଦାୟରେ ସର୍ବାଧିକ ବାଲ୍ୟବିବାହ ହେଉଥିବା ଜଣାପଡିଛି । ଆନ୍ଧପ୍ରଦେଶରୁ ଆସି ଓଡ଼ିଶାରେ ରହୁଥିବା ମତ୍ସ୍ୟଜୀବୀ ସଂପ୍ରଦାୟରେ ବାଲ୍ୟବିବାହ ହାର ସର୍ବାଧିକ ରହିଛି । ଖାଲି ସେତିକି ନୁହଁ ପୁରୀ ସେବାୟତ ସଂପ୍ରଦାୟରେ ମଧ୍ୟ ବାଲ୍ୟବିବାହ ଏକ ବ୍ୟାଧି ପାଲଟିଛି । ଏହାସହ ଅନୁସୂଚିତ ଜାତି ସମୁଦାୟରେ ମଧ୍ୟ ବାଲ୍ୟ ବିବାହ ବ୍ୟାପକ ମାତ୍ରାରେ ହେଉଛି ।

ଅନ୍ୟପକ୍ଷରେ ଅଳ୍ପ ବୟସରୁ ବିବାହ କଲେ ଭଲ ବରପାତ୍ର ମିଳିବା ଲୋଭରେ ପରିବାର ଲୋକେ ଝିଅକୁ ୧୮ ବର୍ଷ ନ ହେଉଣୁ ବାହା କରାଇ ଦେଉଛନ୍ତି । ପୁରୀରେ ହେଉଥିବା ବାଲ୍ୟବିବାହ ପଛରେ ସବୁଠାରୁ ବଡ଼ କାରଣ ସାଜିଛି ଗରିବୀ । ବ୍ରହ୍ମଗିରି, ପିପିଲି ଏବଂ ଡେଲାଙ୍ଗ ଏସବୁ ଅଞ୍ଚଳରେ ପ୍ରାୟ ୧୫ ପ୍ରତିଶତ ବାଲ୍ୟବିବାହ ମାମଲା ରହୁଛି ।

Leave A Reply

Your email address will not be published.