Latest Odisha News

BREAKING NEWS

ଗୁଗଲରେ ଭୁଲରେ ବି କରନ୍ତୁ ନାହିଁ ଏପରି ସର୍ଚ୍ଚ, ନଚେତ ଯାଇପାରନ୍ତି ଜେଲ୍!

ଓଡିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସାମାନ୍ୟ ତଥ୍ୟ ଜାଣିବାକୁ ହେଲେ ଆମେ ସମସ୍ତେ ଗୁଗଲ୍ ସର୍ଚ୍ଚ ବ୍ୟବହାର କରୁ। ଆମର ପ୍ରତ୍ୟେକ ଛୋଟ ବଡ ପ୍ରଶ୍ନର ଉତ୍ତର, କୌଣସି ପ୍ରସଙ୍ଗ ସହିତ ଜଡିତ ତଥ୍ୟ ଆମେ ଗୁଗଲ୍ ସର୍ଚ୍ଚ ମାଧ୍ୟମରେ ପାଇଥାଉ। ଯଦିଓ ଆମେ ଗୁଗଲରେ କିଛି ଭଲ ତଥ୍ୟ ପାଇବା ପାଇଁ ସର୍ଚ୍ଚ କରୁ କିନ୍ତୁ ଏପରି କିଛି ଜିନିଷ ଅଛି ଯାହା ଆମେ କୌଣସି ମୁହୂର୍ତ୍ତରେ ଗୁଗଲରେ ସର୍ଚ୍ଚ କରିବା ଅନୁଚିତ୍। ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କୁ ଜେଲ୍ ଦଣ୍ଡ ହୋଇପାରେ। ସେ ଗୁଡିକ କଣ ଆସନ୍ତୁ ଜାଣିବା…

କିପରି ବୋମା ତିଆରି କରିବା: ବେଳେ ବେଳେ ଲୋକଙ୍କ ମୁଣ୍ଡରେ ମଜାଳିଆ ପାଇଁ ବୋମା କିପରି ତିଆରି ହୁଏ ସେ ବିଷୟରେ ଚିନ୍ତା କରନ୍ତି ଏବଂ ତୁରନ୍ତ ଗୁଗଲରେ ସର୍ଚ୍ଚ କରନ୍ତି। ଏପରି ଭୁଲରେ ବି କରନ୍ତୁ ନାହିଁ, କାରଣ ସାଇବର ସେଲ୍ ଦ୍ୱାରା ଏହି ପ୍ରକାରର ଗୁଗଲ୍ ସର୍ଚ୍ଚ ଉପରେ ନଜର ରଖାଯାଏ। ଯଦି ସୁରକ୍ଷା ଏଜେନ୍ସିଙ୍କୁ ସନ୍ଦେହ ଆସେ ତେବେ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ଏବଂ ଆପଣ ଜେଲ୍ ଯିବାକୁ ବାଧ୍ୟ ହେବେ।

ଶିଶୁ ଅଶ୍ଳୀଳତା ବା ଚାଇଲ୍ଡ ପର୍ଣ୍ଣ: ଚାଇଲ୍ଡ ପର୍ଣ୍ଣ ବା ଶିଶୁ ଅଶ୍ଳୀଳତା ଉପରେ ସରକାର ଅତ୍ୟନ୍ତ କଠୋର। ଗୁଗଲରେ ଚାଇଲ୍ଡ ପର୍ଣ୍ଣ ଖୋଜିବା, ଦେଖିବା କିମ୍ବା ସେୟାର କରିବା ଏକ ଅପରାଧ। ଏହା ସହ ଜଡିତ ଆଇନ ଉଲ୍ଲଂଘନ କଲେ ଜେଲ ହୋଇପାରେ।

ଗର୍ଭପାତ କିପରି କରିବେ: ଗୁଗୁଲରେ ଗର୍ଭପାତ ପଦ୍ଧତି ଖୋଜିବା ମଧ୍ୟ ଅପରାଧ ବୋଲି ବିବେଚନା କରାଯାଇପାରେ। ଆଇନ ଅନୁଯାୟୀ ଡାକ୍ତରଙ୍କ ପରାମର୍ଶ ବିନା ଗର୍ଭପାତ କରାଯାଇପାରିବ ନାହିଁ, ତେଣୁ ଏହାର ପଦ୍ଧତି ପାଇଁ ଗୁଗଲର ସାହାଯ୍ୟ ନନେବା ଉଚିତ୍।

ଫିଲ୍ମ ପାଇରେସୀ: ଫିଲ୍ମ ପାଇରେସୀ ଏକ ଅପରାଧ। ତେଣୁ ଏହିପରି ବିଷୟବସ୍ତୁକୁ ଯତ୍ନର ସହ ସର୍ଚ୍ଚ କରିବା ଉଚିତ୍। କାରଣ ଯଦି ଆପଣ ଅନଲାଇନରେ ଏକ ଚଳଚ୍ଚିତ୍ର ଲିକ୍ କିମ୍ବା ଡାଉନଲୋଡ୍ କରନ୍ତି, ତେବେ ଆପଣଙ୍କୁ ଜେଲ ଦଣ୍ଡ ହୋଇପାରେ।

ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ: କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ଦେଖିବା କିମ୍ବା ସେୟାର କରିବା ଅପରାଧା। ଭୁଲରେ ମଧ୍ୟ ଗୁଗୁଲରେ ଏପରି ସର୍ଚ୍ଚ କରନ୍ତୁ ନାହିଁ, ଏହା ଆପଣଙ୍କୁ ବହୁତ ମହଙ୍ଗା ପଡିପାରେ।

Leave A Reply

Your email address will not be published.