ନୂଆଦିଲ୍ଲୀ: ଜାନୁଆରୀ ୧,୨୦୨୫ରୁ ଯେଉଁମାନେ ଜନ୍ମ ହେବେ ସେମାନଙ୍କୁ ବିଟା ଜେନେରେସନ କୁହାଯିବ । ଏହାପୂର୍ବରୁ Gen Y,Z ଏବଂ ଆଲଫା ଜେନେରେସ ଥିଲା । ସାମାଜିକ ରିସର୍ଚ୍ଚର ମାର୍କ ମ୍ୟାକକ୍ରାଇଣ୍ଡଲ୍ କହିଛନ୍ତି ଯେ, ଆଲ୍ଫା ଜେନେରେସନ ସ୍ମାର୍ଟ ଟେକ୍ନୋଲୋଜି ଆସୁଥିବାର ଦେଖିଲା । ଏଆଇକୁ ବଝିଲା । କିନ୍ତୁ ଜେନେରେସନ ବିଟା ଏମିତି ଏକ ପିଢି ହେବ ସେମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବେ ଟେକ୍ନୋଲୋଜିରେ ଭରପୂର ରହିବ । ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ ଏମାନଙ୍କର ଜୀବନ ସ୍ୱୟଂଚାଳିତ ଟେକ୍ନୋଲୋଜିରେ ପ୍ରାଧାନ୍ୟ ବିସ୍ତାର କରିବ ।
ପିଢିର ନାମ ଦେବା ପଛରେ ଅନେକ କାରଣ ରହିଛି । ଐତିହାସିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ଘଟଣା ଆଧାରରେ ସେମାନଙ୍କର ନାମ ସ୍ଥିର ହୋଇଛି । ଖାସ୍ କରି ପ୍ରତି ୧୫ ରୁ ୨୦ ବର୍ଷରେ ଜେନେରେସନର ନାଁ ପରିବର୍ତ୍ତନ ହୁଏ । ଆସନ୍ତୁ ଜାଣିବା କେଉଁ ପିଢିକୁ କେଉଁ ନାମ ଦିଆଯାଇଥିଲା..
ଜିଆଇ ଜେନେରେସନ୍ (The Greatest Generation): ଏହି ପିଢି ୧୯୦୧-୧୯୨୭ମଧ୍ୟରେ ଜନ୍ମ ହୋଇଥିଲେ । ଏହି ଜେନେରେସନ ଘୋର ଆର୍ଥିକସଙ୍କଟ ସମୟ ଦେଖିଥିଲେ । ଏହି ସମୟର ଅଧିକାଂଶ ପିଲା ସୈନିକ ହୋଇ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଲଢି ଥିଲେ। ଏହି ପିଢି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲା ।
ସାଇଲେଣ୍ଟ(The Silent Generation): ୧୯୨୮ ରୁ ୧୯୪୫ ମଧ୍ୟରେ ଜନ୍ମ ହୋଇଥିବା ପିଢିକୁ ସାଇଲେଣ୍ଟ୍ ଜେନେରେସନ୍ କୁହାଯାଏ । ଏହି ଜେନେରେସନକୁ ବହୁତ ପରିଶ୍ରମୀ ବିବେଚନା କରାଯାଉଥିଲା ଏବଂ ଆତ୍ମନିର୍ଭରଶୀଳ ଥିଲେ ।
ବେବି ବୁମର୍ (Baby Boomer generation): ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ, ୧୯୪୬-୧୯୬୪ମଧ୍ୟରେ ଜନ୍ମ ହୋଇଥିବା ଜନସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଥିଲା । ଏହି ପିଢି ଅନେକ କ୍ଷେତ୍ରରେ ଆଧୁନିକତାର ମୂଳଦୁଆ ପକାଇଥିଲା ।
ଜେନେରେସନ X (Generation X): ୧୯୬୫-୧୯୮୦ ମଧ୍ୟରେ ଜନ୍ମ ହୋଇଥିବା ଏହି ପିଢି ପରିବର୍ତ୍ତିତ ସମୟର ସାକ୍ଷୀ ରହିଲା ଏବଂ ଟେକ୍ନୋଲୋଜିର ନୂତନ ବ୍ୟବହାର ଦେଖିଲା ।
ମିଲେନିୟାଲ୍ସ ବା ଜେନେରେସନ୍ Y(Generation Y): ୧୯୮୧-୧୯୯୬ମଧ୍ୟରେ ଜନ୍ମ ହୋଇଥିବା ଏହି ପିଢିକୁ ମିଲେନିୟାଲ୍ସ ଏବଂ ଜେନେରେସନ୍ Y ମଧ୍ୟ କୁହାଯାଏ । ଏମାନେ ଟେକ୍ନୋଲୋଜି ସହିତ ଆଗକୁ ବଢିବା ଶିଖିଲେ ଏବଂ ନିଜକୁ ଅପଡେଟ୍ କଲେ ।
ଜେନେରେସନ୍ Z (Generation Z): ୧୯୯୭-୨୦୦୯ ମଧ୍ୟରେ ଜନ୍ମ ହୋଇଥିବା ଏହି ପିଢି ଇଣ୍ଟରନେଟ୍ ସହିତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ପାଇଲେ । ଡିଜିଟାଲ ଯୁଗରେ ଅନେକ ବଡ଼ ପରିବର୍ତ୍ତନ ଦେଖିଲେ । ଏହି ପିଢି ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍ ବିନା ଜୀବନକୁ କଳ୍ପନା ମଧ୍ୟ କରିପାରିବ ନାହିଁ । ସେ ଜାଣିବାକୁ ପାଇଲେ ଯେ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ରୋଜଗାର ମଧ୍ୟ କରାଯାଇପାରିବ।
ଜେନେରେସନ୍ ଆଲଫା:୨୦୧୦-୨୦୨୪ରେ ଜନ୍ମ ହୋଇଥିବା ଏହି ପିଢି ଜନ୍ମ ହେବା ପୂର୍ବରୁ ସୋସିଆଲ୍ ମିଡିଆ ଏବଂ ଇଣ୍ଟରନେଟ୍ ଥିଲା । ସେମାନଙ୍କର ପରିବାର ଇଣ୍ଟରନେଟ୍, ସୋସିଆଲ୍ ମିଡିଆ ଏବଂ ସୋସିଆଲ୍ ମିଡିଆ ସହିତ ଯୋଡି ହୋଇଥିଲେ ।
ଜେନେରେସନ୍ ବିଟା (୨୦୨୫-୨୦୩୯):ବର୍ତ୍ତମାନ ଜାନୁଆରୀ ୧ ,୨୦୨୫ ରୁ ୨୦୩୯ ମଧ୍ୟରେ ଜନ୍ମ ହୋଇଥିବା ପିଢିକୁ ଜେନେରେସନ୍ ବିଟା କୁହାଯିବ ।
Comments are closed.