Latest Odisha News

BREAKING NEWS

ଖୁସି ନୁହେଁ ବରଂ ଚିନ୍ତାରେ ପକାଇଛି ବିଶ୍ୱ ରେକର୍ଡ, ଏହି ଦେଶରେ ୩ ମାସ ହେବ ଜନ୍ମ ହୋଇ ନାହିଁନ୍ତି କୌଣସି ଶିଶୁ

ରୋମ: ଆମ ଦୁନିଆ ଦୃତ ଗତିରେ ବାର୍ଦ୍ଧକ୍ୟ ଆଡ଼କୁ ପ୍ରବେଶ କରୁଛି। ଚୀନ୍ ଏବଂ ଜାପାନ ପରି ଦେଶ ଏହାର ବଡ଼ ଉଦାହରଣ। ବର୍ତ୍ତମାନ ଇଟାଲୀ ମଧ୍ୟ ଏହି ତାଲିକାରେ ଯୋଗ ଦେବାକୁ ଯାଉଛି। ଏହାର ସବୁଠାରୁ ବଡ କାରଣ ହେଉଛି ସେଠାରେ ପିଲାଙ୍କ ଜନ୍ମ ବହୁତ କମ ହେଉଛି। ଖବର ଅନୁଯାୟୀ, ଗତ ତିନି ମାସ ଧରି ଇଟାଲୀରେ କୌଣସି ଶିଶୁ ଜନ୍ମ ହୋଇ ନାହାଁନ୍ତି। ଏହି ସମସ୍ୟା ଏତେ ବଡ ଯେ ସେଠାରେ ଥିବା ପ୍ରଧାନମନ୍ତ୍ରୀ ଏହାକୁ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଭାବରେ ଦେଖୁଛନ୍ତି।

ଏକ ଇଂରାଜୀ ନ୍ୟୁଜ୍ ୱେବସାଇଟର ରିପୋର୍ଟ ଅନୁଯାୟୀ, ନିକଟରେ ଇଟାଲୀ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ବିଶ୍ୱ ରେକର୍ଡ ଖୁସି କଲା ଭଳି ନୁହେଁ ବରଂ ଚିନ୍ତାର କାରଣ ପାଲଟିଛି। ଗତ ତିନି ମାସ ମଧ୍ୟରେ ଇଟାଲୀରେ କୌଣସି ଶିଶୁ ଜନ୍ମଗ୍ରହଣ କରି ନାହାଁନ୍ତି। ଏହାସହ ରଏଟର୍ସ ଲେଖିଛି, ଜାତୀୟ ପରିସଂଖ୍ୟାନ ବ୍ୟୁରୋ ISTATର ଆକଳନ ଅନୁଯାୟୀ, ଜାନୁୟାରୀ ୨୦୨୩ରୁ ଜୁନ ୨୦୨୩ ମଧ୍ୟରେ ଇଟାଲୀରେ ଜନ୍ମ ହୋଇଥିବା ଶିଶୁଙ୍କ ସଂଖ୍ୟା ଜାନୁୟାରୀ ୨୦୨୨ ରୁ ଜୁନ ୨୦୨୨ ମଧ୍ୟରେ ଜନ୍ମ ହୋଇଥିବା ପିଲାମାନଙ୍କ ତୁଳନାରେ ୩୫୦୦ କମ ଅଟେ।

ଇଟାଲୀରେ ଏହି ପ୍ରସଙ୍ଗ ଏତେ ଗମ୍ଭୀର ହୋଇଛି ଯେ ସେଠାରେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏହାକୁ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଭାବରେ ଦେଖୁଛନ୍ତି। ଗତ ବର୍ଷ ମଧ୍ୟ ତାଙ୍କ ନିର୍ବାଚନ ପ୍ରଚାରରେ ସେ ଏହି ପ୍ରସଙ୍ଗକୁ ଖୁବ୍ ଜୋରରେ ଉଠାଇଥିଲେ। ରିପୋର୍ଟରେ କୁହାଯାଇଛି ଯେ ଗତ ବର୍ଷ ଜନ୍ମ ହୋଇଥିବା ପ୍ରତ୍ୟେକ ସାତୋଟି ପିଲାଙ୍କ ମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଥିଲା। ଯଦି ଗୋଟିଏ ଦିନରେ ସେଠାରେ ସାତୋଟି ସନ୍ତାନ ଜନ୍ମ ହୁଅନ୍ତି, ତେବେ ସେହି ଦିନ ୧୨ ଜଣଙ୍କର ମୃତ୍ୟୁ ହେଉଥିଲା। ଏହାର ଅର୍ଥ ଯଦି ଏହା ଜାରି ରହେ, ସେଠାରେ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବ।

Comments are closed.