Latest Odisha News

BREAKING NEWS

ଶିଶୁଙ୍କ ପାଇଁ ଦିନଟିଏ, ପଣ୍ଡିତ ଜବାହାରଲାଲ ନେହେରୁଙ୍କ ୧୨୯ତମ ଜୟନ୍ତୀ

ଭୁବନେଶ୍ୱର: ନଭେମ୍ବର ୧୪ ତାରିଖ ଆଜିର ଦିନକୁ ସାରା ଦେଶରେ ‘ଶିଶୁ ଦିବସ’ ଭାବେ ପାଳନ କରାଯାଉଛି । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ଦେଶବ୍ୟାପୀ ଶିଶୁ ଦିବସ ଭାବରେ ପାଳନ କରାଯାଇଥାଏ । ଆଜି ଏହି ମହାନ ବ୍ୟକ୍ତିତ୍ୱଙ୍କର ୧୨୯ତମ ଜୟନ୍ତୀ ।

୧୮୮୯ ମସିହା ନଭେମ୍ବର ୧୪ରେ ଆହ୍ଲାବାଦରେ ଜନ୍ମିତ ନେହେରୁ ଜଣେ ଧନାଢ୍ୟ ପରିବାରର ଏକମାତ୍ର ସନ୍ତାନ ଥିଲେ । ତାଙ୍କ ପିତା ମୋତିଲାଲ ନେହେରୁ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ବିଦେଶରୁ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ନିଜ ଦେଶପ୍ରତି ତାଙ୍କର ଅଗାଧ ପ୍ରେମ ରହିଥିଲା । ଜବାହାରଲାଲ ନେହେରୁ ତାଙ୍କର ଶିଶୁଙ୍କ ପ୍ରତି ରହିଥିବା ଅଗାଡ ପ୍ରେମ ଓ ସ୍ନେହ ପାଇଁ ପରବର୍ତ୍ତୀ ସମୟରେ ଚାଚା ନେହେରୁ ପରିଚିତ ହୋଇଥିଲେ ।

ଆହୁରି ମଧ୍ୟ ସେ ଜଣେ ଉଚ୍ଚକୋଟୀର ଆଇନଜ୍ଞ ସାଙ୍ଗକୁ ଜଣେ ବିଚକ୍ଷଣ ରଷ୍ଟ୍ରନୀତିଜ୍ଞ ଭାବେ ସୁପରିଚିତ । ଏଥିସହିତ ତାଙ୍କ ବୈଦେଶିକ ନୀତି ଦ୍ୱାରା ଦୁଇ ମହାଶକ୍ତି ରଷିଆ ଓ ଆମେରିକା ସହିତ ଭାରତର ବନ୍ଧୁତା ସ୍ଥାପନ ହୋଇପାରିଥିଲା । ଶିଶୁମାନଙ୍କର ସୁରକ୍ଷା ଓ ସମୃଦ୍ଧି ପ୍ରତି ଯତ୍ନବାନ ଥିବା ନେହେରୁ ଶିଶୁମାନଙ୍କ ପ୍ରତି ରଷ୍ଟ୍ରୀୟ ସଚେତନତା ବୃଦ୍ଧି ପାଇଁ ନିଜ ଜନ୍ମଦିନଟିକୁ ଶିଶୁଦିବସ ଭାବରେ ନାମିତ କରିଥିଲେ ।

ଶିଶୁମାନଙ୍କ ସହ ସମୟ ଅତିବାହିତ କରିବାକୁ ସେ ଖୁବ ଭଲ ପାଉଥିଲେ ଏବଂ ସେ ଶିଶୁପ୍ରିୟ ଓ ଶିଶୁବତ୍ସଳ ଥିଲେ । ଏଥିପାଇଁ ଶିଶୁମାନେ ତାଙ୍କୁ ଶ୍ରଦ୍ଧାରେ ‘ଚାଚା ନେହେରୁ’ ବୋଲି ଡାକୁଥିଲେ । ଶିଶୁଙ୍କୁ ଇଶ୍ୱରଙ୍କ ପ୍ରତିରୂପ ଭାବରେ ବିଚାର କରୁଥିବା ନେହେରୁ ‘ଚାଚା ନେହେରୁ’ ଭାବେ ବେଶ ସୁପରିଚିତ ଥିଲେ। ନବଭାରତ ନିର୍ମାତା ଭାବରେ ଖୁବ୍ ଜଣାଶୁଣା ଥିଲେ ନେହେରୁ ।

Leave A Reply

Your email address will not be published.