Latest Odisha News

ବକୁଳ ଫେଷ୍ଟିଭାଲରେ ଶିଶୁ କାହାଣୀକାର

ଭୁବନେଶ୍ୱର : ବକୁଲ ଫାଉଣ୍ଡେସନ ଆନୁକୂଲ୍ୟରେ ଆଜି ବକୁଳ ଲାଇବ୍ରେରୀରେ ବକୁଳ ଷ୍ଟୋରୀଟେଲିଂ ଫେଷ୍ଟିଭାଲର ଶିଶୁ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୯ ରୁ ୧୪ ବର୍ଷ ବୟସ ମଧ୍ୟରେ ୧୧ ଟି ଛୋଟ କାହାଣୀକାର ଅଂଶ ଗ୍ରହଣ କରି କାହାଣୀ କହିଥିଲେ।

ଏହି ଷ୍ଟୋରିଟେଲିଂ ଉତ୍ସବରେ କେତେକ ଶିଶୁ କାହାଣୀକାର ଗତ ଭୁଫେଷ୍ଟୋରେ ମଧ୍ୟ ନିଜର କାହାଣୀ ଶୁଣାଇବା ର କଳା ପ୍ରଦର୍ଶନ କରିଥିଲେ। ତନ୍ମଧ୍ୟରୁ ମଦର୍ସ ପବ୍ଲିକ୍ ସ୍କୁଲ୍ ର ଶରନ୍ୟା ପତି ଓ ଅନିକେତ ମିଶ୍ର, ବି ଜେ ଇ ଏମ୍ ସ୍କୁଲ୍ ର କୃଷ୍ଣାଞଳି ସାହୁ ଏବଂ ଡି ଏ ଭି ୟୁନିଟ୍ ୮ ସ୍କୁଲ୍ ର ଜୟେଶ କୁମାର ନାୟକ ହେଲେ ଅନନ୍ୟ।ନିକଟରେ ହେଇଥିବା ‘ଷ୍ଟୋରିଟେଲର୍ ହଣ୍ଟ୍’ ରେ ଶିଶୁ କାହାଣୀକାରମାନେ ନିଜ କାହାଣୀ କହିବା ଭିଡିଓ ପଠାଇଥିଲେ ଯାହା ମଧ୍ୟରୁ କିଛି ଉତ୍କୃଷ୍ଟ ଶିଶୁ କାହାଣୀକାରମାନଙ୍କୁ ଚୟନ କରି ତାଙ୍କୁ ଏଥିରେ ସୁଯୋଗ ଦିଆଯାଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବକୁଲ ଫାଉଣ୍ଡେସନ ଦ୍ବାରା ଏହି ଉତ୍ସବ ଭୁବନେଶ୍ୱରକୁ ବିଶ୍ୱସ୍ତରରେ ପରିଚିତ କରାଇଛି। ହକି ବିଶ୍ୱକପ ସମୟରେ ବକୁଳ ଓଡ଼ିଶାର ପ୍ରଥମ ମୌଖିକ କାହାଣୀ ଉତ୍ସବ, ଭୁବନେଶ୍ୱର ଫେଷ୍ଟିଭାଲ ଅଫ୍ ଷ୍ଟୋରିଟେଲିଂ କିମ୍ବା ଭୁଫେଷ୍ଟୋକୁ ସଂକଳ୍ପବଦ୍ଧ କରିଥିଲେ। ବିଡିଏ ସହ ସହଭାଗିତାରେ, ବକୁଳ ୨୦୨୩ ଏବଂ ୨୦୨୪ ରେ ଭୁଫେଷ୍ଟୋକୁ ସଂଗଠିତ ଏବଂ ସହ-ସଂଗଠିତ କରିଛି ଏବଂ ଏହି ଉତ୍ସବକୁ ବିଶ୍ୱ ର ସବୁଠାରୁ ବଡ଼ କାହାଣୀ ମହୋତ୍ସବ ଭାବରେ ପରିଗଣିତ କରାଯାଇଛି ।

ବକୁଳ ପାଠାଗାର କୋଭିଡ୍ ସମୟରେ ‘ଷ୍ଟୋରୀ ଟାଇମ୍ @ ୯’ ଏବଂ ‘ରବିବାର ଗପବାର’ ଭଳି ଲୋକପ୍ରିୟ ଅନଲାଇନ୍ କାହାଣୀ ଉତ୍ସବକୁ ମଧ୍ୟ ଉତ୍ସାହିତ କରିଥିଲେ, ଯାହାକି ପିଲାମାନଙ୍କୁ ବକୁଳ ଫାଉଣ୍ଡେସନର ୟୁଟ୍ୟୁବ୍ ଏବଂ ଫେସବୁକ୍ ଚ୍ୟାନେଲରେ କାହାଣୀ ଅଧିବେଶନ ଦେଖିବାରେ ସାହାଯ୍ୟ କରିଥିଲା ।

Leave A Reply

Your email address will not be published.