ସାଣ୍ଟିଆଗୋ: ଚିଲିନ୍ ରାଷ୍ଟ୍ରପତି ସେବାଷ୍ଟିଆନ୍ ପିନେରା କରୋନା ମହାମାରୀ ସମୟରେ ମାସ୍କ ବିନା ସମୁଦ୍ର କୂଳରେ ସେଲଫି ନେବା ମହଙ୍ଗା ପଡିଛି। ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ନିୟମ ଭାଙ୍ଗିବା ପାଇଁ ରାଷ୍ଟ୍ରପତିଙ୍କୁ ୩୫୦୦ ଆମେରିକୀୟ ଡଲାର ଜୋରିମାନା ଦେବାକୁ ପଡିବ। ସର୍ବସାଧାରଣ ସ୍ଥାନରେ ଚିଲିନ୍ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଉଲ୍ଲଘଂନ କଲେ ଦଣ୍ଡର ବ୍ୟବସ୍ଥା ରହିଛି। ଏହି ନିୟମ ଉଲ୍ଲଘଂନ କରି ଚିଲିନ୍ର ସ୍ୱାସ୍ଥ୍ୟ ବିଭାଗ ରାଷ୍ଟ୍ରପତିଙ୍କ ଉପରେ ଜରିମାନା ଲାଗୁ କରିଛି।
ଉଲ୍ଲେଖନୀୟ କଥା ହେଉଛି, ଚିଲିନ୍ର ସମସ୍ତ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାର ଏକ କଠୋର ନିୟମ ଅଛି। ଦେଶରେ ଏହି ନିୟମ ଉଲ୍ଲଂଘନ କରିବା ଏକ ଦଣ୍ଡନୀୟ ଅପରାଧ। ଏହି ପ୍ରତିବନ୍ଧକଗୁଡିକର ଉଲ୍ଲଂଘନ ଦ୍ୱାରା ଜରିମାନା କିମ୍ବା ଜେଲ୍ ମଧ୍ୟ ହୋଇପାରେ। ଡିସେମ୍ବର ଆରମ୍ଭରେ ସୋସିଆଲ ମିଡିଆରେ ରାଷ୍ଟ୍ରପତି ପିନେରାଙ୍କର ଏକ ସେଲଫି ଭାଇରାଲ ହୋଇଥିଲା। ଏଥିରେ ପିନେରା ମାସ୍କ ନ ପିନ୍ଧି ସେଲଫି ନେଉଥିଲେ।
ତେବେ ଫଟୋ ଭାଇରାଲ୍ ହେବା ପରେ ରାଷ୍ଟ୍ରପତି ପିନେରା ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ ସେ ତାଙ୍କ ଘର ନିକଟ ସମୁଦ୍ର କୂଳରେ ଏକୁଟିଆ ବୁଲୁଥିଲେ, ଯେତେବେଳେ ଜଣେ ମହିଳା ତାଙ୍କୁ ଚିହ୍ନିଥିଲେ ଏବଂ ସେଲଫି ନେବାକୁ ଅନୁରୋଧ କରିଥିଲେ। ସେ ମହିଳାଙ୍କ ଅନୁରୋଧକୁ ଅସ୍ୱୀକାର କରିପାରିନଥିଲେ। ଏହି ସେଲଫିରେ ମହିଳା ରାଷ୍ଟ୍ରପତିଙ୍କ ସହ ଛିଡା ହୋଇଛନ୍ତି। ରାଷ୍ଟ୍ରପତି ଏହି ସେଲଫିରେ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଛି।
Comments are closed.