Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ ଚିଲିକା ଡିଏଫଓ

ଚିଲିକା: ବାଲୁଗାଁ ସ୍ଥିତ ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନ୍ ଡିଏଫଓ ଆଲୋକ ରଞ୍ଜନ ହୋତାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଡିଏଫଓଙ୍କ ବାଲୁଙ୍ଗା ସ୍ଥିତ କାର୍ଯ୍ୟାଳୟ ଓ ବାସଭବନ ସମେତ ଅନେକ ସ୍ଥାନରେ ଚଢାଉ କରିଛି ।

ଭିଜିଲାନ୍ସ ଟିମ୍ ଖଣ୍ଡଗିରିର ଡୁମଡୁମା ସ୍ଥିତ ଘର, ଚନ୍ଦ୍ରଶେଖରପୁର ସ୍ଥିତ ଘର, ଜଗତସିଂହପୁରରେ ଥିବା ପୈତୃକ ଘର, ବାଲିପାଟଣାରେ ଥିବା ସମ୍ପର୍କୀୟ ଘର ଉପରେ ଏକକାଳୀନ ଚଢାଉ କରିଥିଲେ । ।

ଅନ୍ୟପକ୍ଷରେ ଭିଜିଲାନ୍ସ ଟିମ୍ ବହୁ ମୂଲ୍ୟବାନ ଦସ୍ତାବିଜ୍, ଜମିଜମା କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ମଧ୍ୟ ଚେକ୍ କରିବା ସହ ଏନେଇ ଖୋଳତାଡ ଜାରି ରଖିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.