Latest Odisha News

BREAKING NEWS

ଭାଇରାଲ୍ ଅଡିଓ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ହସ୍ପିଟାଲରେ କୋଭିଡ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଏକ ଅଡିଓ ଭାଇରାଲ୍ ହେବା ଘଟଣାରେ ପୋଲିସ ସୋମବାର ଦିନ ଦୁଇ ଜଣଙ୍କୁ ଗିରଫ କରିଛି ।

ଗିରଫ ଦୁଇ ବ୍ୟକ୍ତି ହେଉଛନ୍ତି ବିଶ୍ୱଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା ଏବଂ ଦୁହେଁ ମଞ୍ଚେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି।

ପ୍ରାପ୍ତ ସୂଚନାନୁଯାୟୀ, ଦୁଇ ଜଣ ବ୍ୟକ୍ତି କରୋନା ଚିକିତ୍ସା ଓ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ସମ୍ପର୍କରେ ଫୋନରେ ବାର୍ତ୍ତାଳପ କରୁଥିବା ନେଇ ଏକ ଅଡିଓ ଭାଇରାଲ୍ ହୋଇଥିଲା । ପରେ ଏକ ଗଣମାଧ୍ୟମ ସଂସ୍ଥା ଏହି ଭାଇରାଲ୍ ଅଡିଓକୁ ପ୍ରସାରିତ କରିବା ପରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା ।

ଯାହାକୁ ନେଇ ବିଏମସି ପକ୍ଷରୁ ନୋଟିସ୍ ଜାରି କରାଯିବା ସହ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ।

ତେବେ ପୋଲିସ ପକ୍ଷରୁ ଡିଜାଷ୍ଟର ମାନେଜମେଣ୍ଟ ଆକ୍ଟ ଏବଂ ଏପିଡେମିକ୍ ଡିଜିଜ୍ ଆକ୍ଟରେ ଦୁହିଁଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ ଆରମ୍ଭ ହୋଇଥିବା ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.