ପୁଣି ଚିନ୍ତାରେ ପକାଇଲା ନୋଷ୍ଟ୍ରାଡାମସଙ୍କର ଭବିଷ୍ୟବାଣୀ । ସଠିକ୍ ଭବିଷ୍ୟବାଣୀ ପାଇଁ ଜଣାଶୁଣା ବାବା ଭେଙ୍ଗା ଏବଂ ନୋଷ୍ଟ୍ରାଡାମସଙ୍କର କିଛି ଭବିଷ୍ୟବାଣୀ ସମସ୍ତଙ୍କୁ ଚକିତ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଉଭୟଙ୍କ ଭବିଷ୍ୟବାଣୀରେ ଅନେକ କଥା ମେଳ ଖାଉଛି। ୨୦୨୫ରେ ମଣିଷ ସହିତ ଏଲିୟନ ସମ୍ପର୍କରେ ଆସିବେ, ଭ୍ଲାଦିମିର ପୁଟିନଙ୍କ ଉପରେ ହତ୍ୟା ଉଦ୍ୟମ ହେବ, ୟୁରୋପରେ ଆତଙ୍କବାଦୀ ଆକ୍ରମଣ ଏବଂ ରାଜା ଚାର୍ଲ୍ସଙ୍କ ପାଇଁ ଅଶାନ୍ତ ଶାସନ ଭଳି ଅନେକ ଆଶ୍ଚର୍ଯ୍ୟଜନକ ପୂର୍ବାନୁମାନ କରିଛନ୍ତି ଉଭୟ ବାବା ଭେଙ୍ଗା ଓ ନୋଷ୍ଟ୍ରାଡାମସ। ଯୁଦ୍ଧ ଏବଂ ବିପର୍ଯ୍ୟୟ ଠାରୁ ଆରମ୍ଭ କରି ଟେକ୍ନୋଲୋଜି ଅଗ୍ରଗତି ପର୍ଯ୍ୟନ୍ତ ସବୁକିଛି ୨୦୨୫ ପାଇଁ ୧୦ଟି ଚମତ୍କାର ଭବିଷ୍ୟବାଣୀ ବିଷୟରେ ଆସନ୍ତୁ ଜାଣିବା…
ବୁଲଗେରିଆର ମହିଳା ଭବିଷ୍ୟବକ୍ତା ବାବା ଭେଙ୍ଗା ପିଲାବେଳୁ ଅନ୍ଧ ଥିଲେ। ବାବା ଭେଙ୍ଗାଙ୍କର ୧୯୯୬ରେ ମୃତ୍ୟୁ ହୋଇଥିଲା। ସେ ନ୍ୟୁୟର୍କରେ ହୋଇଥିବା ୦୯/୧୧ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ, ଚେର୍ନୋବିଲ ବିପର୍ଯ୍ୟୟ ଏବଂ ବ୍ରେକ୍ସିଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ଘଟଣାଗୁଡ଼ିକର ଭବିଷ୍ୟବାଣୀ କରିଥିଲେ।
୨୦୨୫ ପାଇଁ ତାଙ୍କ ଭବିଷ୍ୟବାଣୀ ନେଇ ବିଶ୍ୱସ୍ତରରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ବିଶେଷ କରି ୟୁରୋପରେ ବିନାଶକାରୀ ସଂଘର୍ଷ ନେଇ ଉଭୟ କରିଥିବା ଭବିଷ୍ୟବାଣୀ ସମସ୍ତଙ୍କୁ ଚିନ୍ତାରେ ପକାଇଛି।
Comments are closed.