Latest Odisha News

BREAKING NEWS

ଚିମନି ବିସ୍ଫୋରଣରେ ୮ ଶ୍ରମିକଙ୍କ ମୃତ୍ୟୁ

ପାଟନା: ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ରାମଗଢବାଠାରେ ଶୁକ୍ରବାର ରାତିରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଠାରେ ଥିବା ଏକ ଇଟା ଭାଟି ଚିମନିରେ ଏହି ବିସ୍ଫୋରଣ ହୋଇଛି। ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ପରେ ଇଟା ଭାଟି ତଳେ ୧୨ରୁ ଅଧିକ ଲୋକ ଦବି ରହିଥିବା କୁହାଯାଉଛି।  ରାତିରେ ଅନ୍ଧାର ସହ ଅତ୍ୟଧିକ ଥଣ୍ଡା ଯୋଗୁ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖା ଦେଇଥିଲା । ଆଜି ସକାଳୁ ପୁଣି ଉଦ୍ଧାର କାମ ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ,  ରାମଗଡବା ନିକଟ ନରିଲଗିରି ଥିବା ଏକ ଇଟା ଭାଟି ଚିମିନ ବିସ୍ଫୋରଣରେ ଫାଟି ଯାଇଥିଲା ।  ଇଟା ଭାଟି ଭିତରେ କିଛି ଶ୍ରମିକ କାମ କରୁଥିବା ବେଳେ ହଠାତ୍ ଚିମନି ଫାଟି ଯିବାରୁ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ୧୦ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ରକ୍‌ସୌଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.