Latest Odisha News

BREAKING NEWS

ରାଜଧାନୀକୁ ଫେରିଲା ପଥୋତ୍ସବ; କାଲିଠୁ ଉତ୍ସବମୁଖର ହେବ ରବିବାର ସକାଳ

ଭୁବନେଶ୍ୱର: ରାଜଧାନୀରେ ରବିବାର ସକାଳ ପୁଣି ହସିବ । ଉତ୍ସବମୁଖର ହେବ । ପ୍ରତିଭାର ସନ୍ଧାନ କରିବ ଭୁବନେଶ୍ୱର ।  ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ପଥୋତ୍ସବ । ଆସନ୍ତାକାଲିଠାରୁ ଏହି ପଥୋତ୍ସବ ଆରମ୍ଭ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ଜାନୁଆରୀ ୧ ନୂଆବର୍ଷ ପଡୁଥିବାରୁ ଏହି ଦିନ ପଥୋତ୍ସବ ବନ୍ଦ ରହିବ । ଏହାପର ରବିବାର ଅର୍ଥାତ ଜାନୁଆରୀ ୮ ତାରଖରୁ ପୁଣି ଆରମ୍ଭ ହେବ ।

ପ୍ରଥମ ପଥୋତ୍ସବ ମାଷ୍ଟର କ୍ୟାଣ୍ଟିନଠାରୁ ରାମମନ୍ଦିର ଜନପଥରେ ସାଢେ ୬ଟାରୁ ୯ଟା ପର୍ଯ୍ୟନ୍ତ ଆୟୋଜିତ ହେବ । ୨ୟ ପଥୋତ୍ସବ ଉତ୍ତର ନିର୍ବାଚନମଣ୍ଡଳୀ ଅର୍ଥାତ କିଟ ଛକ ଓ ତୃତୀୟ ପଥୋତ୍ସବ ଏକାମ୍ର ନିର୍ବାଚନ ମଣ୍ଡଳୀରେ ହେବ । ପୂର୍ବରୁ ୨ଟି ମଞ୍ଚ ହେଉଥିଲା । ହେଲେ ଏଥର ୩ଟି ମଞ୍ଚ କରାଯିବାର କାର୍ଯ୍ୟକ୍ରମ ରହିଛି ।  ଏହି ତୃତୀୟ ମଞ୍ଚଟି କେବଳ ନୂଆ ଟାଲେଣ୍ଟଙ୍କ ପାଇଁ ରଖାଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି । ନଜ ଟାଲେଣ୍ଡର ପରିପ୍ରକାଶ ପାଇଁ ସମସ୍ତଙ୍କୁ ସୁଯୋଗ ଦେବା ବିଏମସିର ଲକ୍ଷ୍ୟ ଥିବା ଜଣାଯାଇଛି ।

ବିଏମସି ଦେଇଥିବା ସୂଚନା ଅନୁଯାୟୀ, ଏଥର କର୍ପୋରେଟରମାନେ ଏହାର ଦାୟିତ୍ୱ ନେବେ । ନୂଆଟାଲେଣ୍ଟ ସହ ପୂର୍ବଥର ପରି ଏଥର ମଧ୍ୟ ଯୋଗ, ଲାଇଭ ପେଣ୍ଟିଂ, ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ପରୀକ୍ଷା ଇତ୍ୟାଦି ରହିବ । ଏହାବ୍ୟତୀତ କଳାକାରମାନେମଧ୍ୟ ପଥୋତ୍ସବ ମଞ୍ଚରେ କାର୍ଯକ୍ରମ ପରିବେଷଣ କରିପାରିବେ ।

ଏଥିପାଇଁ ବୟସର କଟକଣା ନାହିଁ କି ରେଜିଷ୍ଟ୍ରେଶନ କରିବାର ଆବଶ୍ୟକତା ନାହିଁ ବୋଲି ବିଏମସି ପକ୍ଷରୁ ଟୁଇଟ କରି କୁହାଯାଇଛି ।

Leave A Reply

Your email address will not be published.