Latest Odisha News

BREAKING NEWS

ଭିଏତନାମର ଡଙ୍ଗା ବୁଡାଇଲା ଚୀନ, ନିନ୍ଦା କଲା ଆମେରିକା

ବେଜିଂ: ଚୀନର ଦାୟିତ୍ୱହୀନତା ଏବଂ ମୂର୍ଖାମୀ ଯୋଗୁ ସାରା ବିଶ୍ୱ ଏବେ କରୋନା ମହାମାରୀ କବଳରୁ ବଂଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଏହି ସଂଘର୍ଷପୂର୍ଣ୍ଣ ସମୟ ମଧ୍ୟରେ ଚୀନ ତାର ଦାଦାଗିରି ଭିଏତନାମା ଆଗରେ ଦେଖାଇଛି । ରିପୋର୍ଟ ମୁତାବକ ଭିଏତନାମର ଏକ ମାଛଧରା ଡଙ୍ଗାକୁ ଚୀନ ବୁଡାଇ ଦେଇଛି । ଏଥିନେଇ ସାରା ବିଶ୍ୱରେ ଚୀନକୁ ନିନ୍ଦା କରାଯାଉଛି ।

ଆମେରିକା ଖୋଲାଖୋଲି ଭାବେ ଚୀନ ଦକ୍ଷିଣ ଚୀନ ସମୁଦ୍ରରେ ଅଶାନ୍ତି ସୃଷ୍ଟି କରୁଛି, ଅନ୍ତରାଷ୍ଟ୍ରୀୟ ନିୟମକୁ ଚୀନ ବାରମ୍ବାର ଉଲ୍ଲଂଘନ କରୁଛି ବୋଲି କହିଛି । ସେହିପରି ଅନ୍ୟ ଏକ କମ୍ୟୁନିଷ୍ଟ ଶାସକ ଦେଶ ଉତରକୋରିଆ ମଧ୍ୟ ବର୍ତମାନ ପରିସ୍ଥିତିରେ ବାରମ୍ବାର ମିସାଇଲ ପରୀକ୍ଷଣ କରି ଦକ୍ଷିଣ କୋରିଆକୁ ଡରାଇବା ପାଇଁ ଚେଷ୍ଟା କରୁଛି ।

Leave A Reply

Your email address will not be published.