Latest Odisha News

BREAKING NEWS

ଭାରତ ଲକ୍‌ଡାଉନ୍‌: ମେ ୩ ପରେ ମ୍ୟାଟ୍ରିକ୍ ଖାତା ମୂଲ୍ୟାଙ୍କନ ହେବ: ମନ୍ତ୍ରୀ

ଭୁବନେଶ୍ୱର: ଦେଶରେ ଆସନ୍ତା ମେ ୩ ତାରିଖରେ ହଟିବ ଲକ୍‌ଡାଉନ୍ । ମେ ୩ ତାରିଖ ଲକ୍‌ଡାଉନ ହଟିଯିବା ପରେ ହିଁ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାଙ୍କନ ହେବାନେଇ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

“ଏପ୍ରିଲ୍ ୧୪ ପରେ ଖାତା ମୂଲ୍ୟାଙ୍କନ କରିବା ନେଇ ଆମେ ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରିଥିଲୁ । ତେବେ ମେ ୩ ତାରିଖ ଯାଏ ଦେଶବ୍ୟାପୀ ଲକ୍‌ଡାଉନ୍ ଘୁଞ୍ଚିଯିବା ପରେ ଖାତା ଦେଖା ଆରମ୍ଭ ହେବ ।” ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ଦାଶ ।

ସେହିପରି ଭାବେ ପାଠ୍ୟପୁସ୍ତକ ବଣ୍ଟନ ନେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ସମସ୍ତ ପୁସ୍ତକ ଗୁଡ଼ିକ ସ୍କୁଲଗୁଡ଼ିକରେ ପହଞ୍ଚିଯାଇଛି, ଏପ୍ରିଲ୍ ୨୫ ତାରିଖ ସୁଦ୍ଧା ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ଘରେ ପାଠ୍ୟ ପୁସ୍ତକ ପହଞ୍ଚାଇଦେବେ ।

Leave A Reply

Your email address will not be published.