Latest Odisha News

ଚୀନ୍ ଆଣିଲା ନୂଆ ନୀତି, ଏବେ ୩ ସନ୍ତାନ ଜନ୍ମ କରିପାରିବେ ଚାଇନା ଦମ୍ପତି

ବେଜିଂ: ଶିଶୁ ଜନ୍ମ ଉପରେ ଥିବା ପ୍ରତିବନ୍ଧକକୁ ଚୀନ୍ ସରକାର କୋହଳ କରିଛନ୍ତି। ବର୍ତ୍ତମାନ ସମୟରେ ଦମ୍ପତିମାନେ ୩ ସନ୍ତାନ ଜନ୍ମ କରିପାରିବେ।

ସୂଚନା ଅନୁଯାୟୀ, ହ୍ରାସ ହେଉଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି। ୨୦୧୯ରେ ଚାଇନାରେ ଜନ୍ମ ହାର ପ୍ରାୟ ଛଅ ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା ​​ ବୋଲି ସୁତ୍ରରୁ ପ୍ରକାଶ।

୫ ବର୍ଷ ପୂର୍ବେ ମଧ୍ୟ ଏହି ନୀତିରେ ପରିବର୍ତ୍ତନ କରାଯାଇଥିଲା-

ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ହାରକୁ କମାଇବା ପାଇଁ ଚାଇନା ୧୯୭୦ ମସିହା ଶେଷରେ ଗୋଟିଏ ଶିଶୁ ଜନ୍ମ ସମ୍ବନ୍ଧୀୟ ନିୟମ ଲାଗୁ କରିଥିଲା। ଏହା ପରେ ୨୦୧୬ ରେ ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଦେଶରେ ଦୁଇ ପିଲା ଜନ୍ମ ନେଇ ଅନୁମତି ଦିଆଯାଇଥିଲା।

ହେଲେ ଚୀନ୍ ସରକାର ପୁଣି ଥରେ ଏହି ନୀତି ବଦଳାଇ ୩ ପିଲାଙ୍କ ଜନ୍ମ ଲାଗି ଅନୁମତି ଦେଇଛନ୍ତି।

Leave A Reply

Your email address will not be published.