Latest Odisha News

BREAKING NEWS

ଗଲୱାନ୍ ସଂଘର୍ଷ ନେଇ ପ୍ରଶ୍ନ କରିବାରୁ ୩ ବ୍ଲଗରଙ୍କୁ ଗିରଫ କଲା ଚୀନ

ନୂଆଦିଲ୍ଲୀ: ଏଠି ମୁହଁ ଖୋଲିବା ଆଉ ପ୍ରଶ୍ନ ପଚାରିବା ପାପ । ସରକାର ଯାହା କହିବେ ସତ । ଏମିତି ନୀତି ଆପଣାଇଛି ବିସ୍ତାରବାଦୀ ଚୀନ । ଆଉ ଗଲୱାନ ସଂଘର୍ଷରେ ଚୀନ ସୈନ୍ୟ ମୃତାହତକୁ ନେଇ ପ୍ରଶ୍ନ କରିବା ୩ ଜଣ ବ୍ଲଗରଙ୍କୁ ମହଙ୍ଗା ପଡ଼ିଛି । ରିପୋର୍ଟ ଅନୁସାରେ ଚୀନ ୩ ଜଣ ବ୍ଲଗରଙ୍କୁ ଗିରଫ କରିଛି । ୨୦୨୦ ଜୁନ୍ ୧୫ରେ ଗଲୱାନ ସଂଘର୍ଷରେ ଚୀନ ସରକାର ୪ ଜଣ ଯବାନ ମୃତ ଜଣେ ଆହତ ହୋଇଥିବା କହିଥିଲେ । ଯାହା ଉପରେ ପ୍ରଶ୍ନ ଉଠାଇଥିଲେ ଚୀନ ବ୍ଲଗର । ସୂଚନା ଅନୁସାରେ ଚୀନ ଅନୁସନ୍ଧାନକାରୀ ସାମ୍ବାଦିକ ୩୮ ବର୍ଷୀୟ କ୍ୱିଉ ଜିମିଙ୍ଗକୁ ଶନିବାର ନନଜିଙ୍ଗରୁ ଗିରଫ କରିଛି ।

ଗତ ଶୁକ୍ରବାର ଚୀନ ସେନା ଗଲୱାନ ସଂଘର୍ଷରେ ସହିଦ ହୋଇଥିବା ୪ ଜଣ ଯବାନଙ୍କୁ ମରୋଣତ୍ତର ଭାବେ ସମ୍ମାନିତ କରିଥିଲା । ଏବଂ ଗଲୱାନ ସଂଘର୍ଷରେ ଗୁରୁତର ହୋଇଥିବା ପିଏଲର ଯବାନ ଏମିତି ୫ ଜଣଙ୍କୁ ସମ୍ମାନିତ କରାଯାଇଥିଲା ।

ଚୀନ ସରକାର ଘୋଷଣା କରିଥିବା ଗଲୱାନ ମୃତ୍ୟୁ ସଂଖ୍ୟାକୁ ନେଇ କ୍ୱିଉ ପ୍ରଶ୍ନ କରିଥିଲେ । ଗଲୱାନ ସଂଘର୍ଷରେ ଚୀନର ପାଖାପାଖି ୪୫ ଜଣ ସୈନ୍ୟ ମୃତ୍ୟୁବରଣ କରିଥିବା ଭାରତୀୟ ସେନା କରିଥିବା ତତ୍କାଳୀନ ନର୍ଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ୱାକେ ଯୋଶୀ ଗତ ସପ୍ତାହରେ ସାକ୍ଷାତକାର ଦେଇ ଗଣମାଧ୍ୟମକୁ କହିଥିଲେ ।

ଏହାକୁ ନେଇ କ୍ୱିଉ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଗଲୱାନ ହିଂସାରେ ଭାରତ ସରକାର ମୃତାହତ ଯବାନଙ୍କ ସଂଖ୍ୟା ସଙ୍ଗେ ସଙ୍ଗେ ପ୍ରକାଶ କରିଥିବା ବେଳେ କେତେଜଣ ଚୀନ ଯବାନ ମରିଛନ୍ତି ଏହି ତଥ୍ୟ ଦେବା ପାଇଁ ସରକାରଙ୍କୁ କାହିଁକି ୮ ମାସ ଲାଗିଲା ବୋଲି ପଚାରିଥିଲେ ।

ସମାନ କାରଣ ପାଇଁ ଚୀନ ଆଉ ଜଣେ ସାମ୍ବାଦିକଙ୍କୁ ରବିବାର ବେଜିଂରୁ ଗିରଫ କରିଥିବା ଜଣାପଡ଼ିଛି । ଆଉ ଜଣେ ବ୍ୟକ୍ତିଙ୍କୁ ଚୀନ ସପ୍ତାହକ ପୂର୍ବରୁ ସିଚୁଆନରୁ ଗିରଫ କରିଥିଲା । ଉକ୍ତ ବ୍ୟକ୍ତି ଜଣଙ୍କ ବାରମ୍ବାର ପିଏଲଏ ଯବାନଙ୍କ ଉପରେ ବ୍ୟଙ୍ଗ କରୁଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.