Latest Odisha News

BREAKING NEWS

ଆସନ୍ତୁ ଜାଣିବା ଭାରତର ପନୀର ଗ୍ରାମ ବିଷୟରେ

ମସୁରୀ: ଭାରତରେ ଏପରି ଏକ ଗ୍ରାମ ଅଛି ଯାହା କି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଠାରେ ଏତେ ମାତ୍ରାରେ ପନୀର ପ୍ରସ୍ତୁତ କରାଯାଏ ଯେ, ଏହାର ନାମ ଏବେ ପନୀର ଗ୍ରାମ ରଖାଯାଇଛି । ଉତରାଖଣ୍ଡର ମସୁରୀ ଅଂଚଳରେ ଥିବା ଏହି ଗ୍ରାମର ପ୍ରକୃତ ନାମ ରୌତ ଅଟେ । ୨୫୦ ପରିବାର ଏହି ଗ୍ରାମରେ ରହନ୍ତି । ସମସ୍ତେ ପନୀର ପ୍ରସ୍ତୁତ କରି ମାର୍କେଟରେ ଲଗାଇ ଥାନ୍ତି ।

ପ୍ରଥମେ ପ୍ରଥମେ ରୋଜଗାର ନେଇ ଗ୍ରାମର ଅଧିକାଂଶ ପରିବାର ଅସୁବିଧାର ସମ୍ମୁଖୀନ ହେଉଥିଲେ । କୁୱର ସିଂ ପୱାର ୧୯୮୦ରେ ପ୍ରଥମେ ପନୀର ପ୍ରସ୍ତୁତ କଲେ । ସେ ସମୟରେ ଏହାର ମୂଲ୍ୟ ୫ଟଙ୍କା ଥିଲା । ଧୀରେ ଧୀରେ ୨୦ରୁ ୩୦ ପରିବାର ତାଙ୍କ ପନ୍ଥା ଅନୁସରଣ କଲେ । ସେମାନଙ୍କ ସଫଳତା ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇଥିଲା । ଏହି ଅଂଚଳର ପନୀର ଉତରକାଶୀ, ଡେରାଡୁନ, ମସୁରୀ ଓ ଦିଲ୍ଲୀ ପଠାଯାଇଥାଏ ।

Leave A Reply

Your email address will not be published.