Latest Odisha News

BREAKING NEWS

ଚୀନରେ ମାଡୁଛି କରୋନା: ଲକଡାଉନରେ ଅନେକ ସହର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱରେ ବିଭିନ୍ନ ଦେଶରେ କରୋନା ପ୍ରକୋପ କମୁଛି । କିନ୍ତୁ ଚୀନରେ କାୟା ମେଲାଉଛି କରୋନା । କରୋନାର ଉତ୍ପତ୍ତି ସ୍ଥଳ ଚୀନର ଦୈନିକ କୋଭିଡ୍ କେସ୍ ପୁଣି ଥରେ ସଂକ୍ରମଣ ଚିନ୍ତା ବଢ଼ାଇଛି । ସେଠାରେ ଦୈନିକ କେସ୍ ହୁ ହୁ ହୋଇ ବଢୁଛି । ସଂକ୍ରଣ ବଢ଼ିବା ସହ ଫେରିଛି ଲକଡାଉନ୍ । ଦୁଇ ବର୍ଷ ପରେ ଚୀନରେ ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ଏତେ ଜୋରରେ କରୋନା ବ୍ୟାପୁଛି ଯେ ଗୋଟିଏ ପରେ ଗୋଟିଏ ସହର ଲକଡାଉନ୍ ହେଉଛି । ଗତକାଲି ଦିନକରେ ବାହାରିଥିଲେ ୩୪୦୦ ଆକ୍ରାନ୍ତ । ଯାହାକି ଦୁଇ ବର୍ଷରେ ସର୍ବାଧିକ । ଦୁଇ ଦିନ ତଳେ ଏହି ସଂଖ୍ୟା ଥିଲା ହଜାରେ । ଚୀନରେ ଓମିକ୍ରନ୍ ଓ ଡେଲଟା ଦ୍ରୁତ ବ୍ୟାପୁଛି ।
ସଂକ୍ରମଣ ବଢୁଥିବାରୁ ଲକଡାଉନରେ ବିଭିନ୍ନ ଅଞ୍ଚଳ । କୋଟି କୋଟି ଲୋକ ତାଲାବନ୍ଦ । ଶେନଝେନ୍ ସହରରେ ଲକଡାଉନ୍ ହୋଇଛି । ସେଠାରେ କୋଟିଏ ୭୦ ଲକ୍ଷ ଲୋକ ଘର ଭିତରେ ଅଛନ୍ତି । ସେହିପରି ଜିଲିନ୍ ସହରରେ ଲାଗିଛି ଆଂଶିକ ଲକଡାଉନ୍ । ୟାନଜିଙ୍ଗର ଗ୍ରାମାଞ୍ଚଳରେ ରହୁଥିବା ୭ ଲକ୍ଷ ଲୋକ ବି ଲକଡାଉନରେ ଅଛନ୍ତି ।
ସେହିପରି ଚାନଚୁଙ୍ଗ ସହରରେ ବି ଲକଡାଉନ୍ ଘୋଷଣା କରାଯାଇଛି । ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ତିନିଟି ପର୍ଯ୍ୟାୟରେ ଲୋକଙ୍କର କୋଭିଡ୍ ଟେଷ୍ଟିଂ କରାଯାଉଛି । ଅଣଅତ୍ୟାବଶ୍ୟକ କାରବାର ବନ୍ଦ ରଖାଯାଇଛି । କିଛି ସ୍ଥାନରେ ଅସ୍ଥାୟୀ ଭାବରେ ଶିକ୍ଷାନୁଷ୍ଠାନ, ମଲ୍, ହଲ୍ ଓ ରେଷ୍ଟୁରାଣ୍ଟ ବନ୍ଦ କରାଯାଇଛି ।

Comments are closed, but trackbacks and pingbacks are open.